![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ସମ୍ବଲପୁର, ଆଜି ପୂର୍ବାହ୍ନ ୯ଟା ବେଳେ ପୁରୁଣା ମ୍ୟୁନିସିପାଲଟି କାର୍ଯ୍ୟଳୟ ଏବଂ ବାର୍ ପରିସରରେ ଥିବା ସମ୍ବଲପୁରର ସ୍ଵାଧୀନତା ସଂଗ୍ରାମୀ, ବାର୍ ଆସୋସିଏସନର ପ୍ରତିଷ୍ଠାତା ତଥା ପ୍ରଥମ ଆଡଭୋକେଟ ଚନ୍ଦ୍ର ଶେଖର ବେହେରାଙ୍କ ଜୟନ୍ତୀ ଅବସରରେ ରେଢ଼ାଖୋଲ ବିଧାୟକ ତଥା ବିଜେଡ଼ି ସମ୍ବଲପୁର ବିଧାୟକ ପ୍ରାର୍ଥୀ ଇଂ ରୋହିତ ପୂଜାରୀ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଚନ୍ଦ୍ର ଶେଖର ବେହେରାଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହି ଅବସରରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ, ବରିଷ୍ଠ ନେତା ବେଣୁଧର ଦାସ, ଗୋକୁଳ ମେହେର, ବସନ୍ତ ମିଶ୍ର, ମୁନୁ ସିଂ ଦେଓ, ସଞ୍ଜୀବ ଷଡ଼ଙ୍ଗୀ, ସୁରୁବାବୁ ମେହେର, ପ୍ରଦୀପ ମେହେର, ମୂନୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।