ଏଆଇଟିୟୁସି ନେତା ଅବକାଶ ସାହୁଙ୍କ ନେତୃତ୍ୱରେ ବୌଦ୍ଧ ଜିଲାର ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତା ମାନେ ସକାଳ ୬ ଟାରୁ ସହରର ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ରାସ୍ତା ଅବରୋଧ ଫଳରେ ବୌଦ୍ଧ ସହରର ଏନଏସି ଛକ, ମହାନଦୀ ବ୍ରିଜଛକ ଠାରେ ଶତାଧିକ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା । ସହରର ଦୋକାନ ବଜାର , ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ , କୋର୍ଟ କଚେରୀ ସବୁ ସଂପୁର୍ଣ୍ଣ ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ମଧ୍ୟ ଠପ ହୋଇଯାଇଛି । ଆନେ୍ଦାଳନକାରୀ ମାନେ ଜିଲାଦୌରା ଜଜ୍ଙ୍କ କାର୍ଯ୍ୟାଳୟ, ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ, ଡାକଘର, ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ କରି ସେସବୁକୁ ବନ୍ଦ କରିଦେଇଥିଲେ । ବିଚାରପତି ମାନେ କୋର୍ଟକୁ ଆସୁଥିବା ବେଳେ ଆନେ୍ଦାଳନକାରୀ ମାନେ ସେମାନଙ୍କୁ କୋର୍ଟକୁ ଛାଡି ନଥିଲେ, ଫଳରେ ବିଚାରପତି ମାନେ ଫେରିଯାଇଥିଲେ । ବନ୍ଦକୁ ଦୃଷ୍ଟିରେ ରଖି ସହର ସାରା ବ୍ୟାପକ ପୋଲିସ ମୃତୟନ କରାଯାଇଛି ।
ଆଜିର ଆନେ୍ଦାଳନରେ ହିନ୍ଦ ମଜଦୁର ସଭାର ଜିଲା ସଭାପତି ଅର୍ଜୁନ ରଣା, ସୁନିଲ ପ୍ରଧାନ, ଗୁପ୍ତେଶ୍ୱର ପ୍ରଧାନ, ତାପସ ବଡମାଳୀ, ନେତ୍ରାନନ୍ଦ କହଁର, ସୁଧାଶୁଁ ପ୍ରଧାନ, ନିରାକାର ପ୍ରଧାନ ଓ ଅନ୍ୟମାନେ ନେତୃତ୍ୱ ନେଇଥିବା ବେଳେ ବିଭିନ୍ନ ସଂଗଠନର ଶତାଧିକ କର୍ମୀ ସାମିଲ ହୋଇଥିଲେ ।