ପ୍ରୟାଗରାଜ, ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ପ୍ରୟାଗରାଜର ସୋରାଂବରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ଇଣ୍ଡିଆ ମେଂଟ ଦେଶକୁ ଆଗକୁ ବଢାଇ ପାରିବ ନାହିଁ । ଏମାନେ ନିଜର ପୁଅ- ଝିଅଙ୍କ ପାଇଁ କାମ କରୁଛନ୍ତି । ଶରଦ ପାୱାର ନିଜର ଝିଅ ସୁପ୍ରିୟା ସୁଲେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ଉଦ୍ଧବ ଠାକରେ ନିଜ ପୁଅ ଆଦିତ୍ୟ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ମମତା ନିଜ ଭଣଜାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ।
ଶ୍ରୀ ଶାହ କହିଥିଲେ ଯେ, ଆଲ୍ଲାହାବାଦ ଯୁବକଙ୍କ ପାଇଁ ଭଲ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ କରିପାରିବେ । ଯେଉଁ ନେତାମାନେ ନିଜ ପୁଅ-ଝିଅଙ୍କ ପାଇଁ ରାଜନୀତିରେ ସକ୍ରିୟ ଅଛନ୍ତି ସେମାନେ ଯୁବକ ମାନଙ୍କ ବିକାଶ କିପରି କରିପାରିବେ । ଏହା କୁମ୍ଭ ର କ୍ଷେତ୍ର । ଐତିହ୍ୟର ଭୂମି ଅଟେ । ଏଠାରେ ନରେନ୍ଦ୍ର ମୋଦୀ ନିଷାଦରାଜ ପାର୍କ ନିର୍ମାଣ କରୁଛନ୍ତି । ଭରଦ୍ଵାଜ ଋଷିଙ୍କ ଆଶ୍ରମକୁ ବିକଶିତ କରାଯାଉଛି । ଏବଂ ହନୁମାନଙ୍କ ସମ୍ମୁଖରେ ଏକ ବଡ କରିଡ଼ର ନିର୍ମାଣ କରାଯାଉଛି ।