
ଭୁବନେଶ୍ୱର/ଝାରସୁଗୁଡା, ଝାରସୁଗୁଡ଼ାରେ ଆଜି ବି ଜାରି ରହିଛି ଆୟକର ବିଭାଗର ଚଢ଼ାଉ। ଗତ କାଲି ବିଶାଳ ଦାସଙ୍କୁ ୫ ଘଣ୍ଟା ଧରି ଏକ ଘରୋଇ ହୋଟେଲରେ ଜେରା କରି ଛାଡ଼ି ଦେଇଥିବା ବେଳେ ତାଙ୍କର ଜଣେ ସହଯୋଗୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଆଜି ମଧ୍ୟ ତାଙ୍କ ସହଯୋଗୀଙ୍କୁ ଜେରା କରାଯାଉଥିବା ବେଳେ କୋଲାବିରା ସ୍ଥିତ ବିଶାଳ ଦାସଙ୍କ ଜଣେ କର୍ମଚାରୀ ଓ କିର୍ମିରା ବ୍ଲକ ଅର୍ଡାର ଜଣେ ବରିଷ୍ଠ ବିଜେଡି ନେତାଙ୍କ ଘରେ ଏବେ ବି ଚଢ଼ାଉ ଜାରି ରହିଛି ।