-
କହିଲେ- ୱକଫ ବୋର୍ଡ ପରତ ସନାତନ ବୋର୍ଡ ବି ଗଠନ ହେବା ଆବଶ୍ୟକ
ଜବଲପୁର, ପ୍ରସିଦ୍ଧ ପ୍ରବଚକ ଭାଗବତାଚାର୍ଯ୍ୟ ଦେବକୀନନ୍ଦନ ଠାକୁର ପୂର୍ବ ପରି ପୁଣି ଥରେ ହିନ୍ଦୁଙ୍କୁ 5-5ଟି ସନ୍ତାନ ଜନ୍ମ କରିବାକୁ କହିଛନ୍ତି । ସେ କହିଛନ୍ତି ଭାରତରେ ହିନ୍ଦୁ ସେତେବେଳେ ଯାଏ ସୁରକ୍ଷିତ, ଯେତେଦିନ ଯାଏ ସେମାନେ ବହୁସଂଖ୍ୟକ ଅଛନ୍ତି । ଏହାହିଁ କାରଣ ମୁଁ ପୂର୍ବରୁ ବି କହିଥିଲେ ଏବଂ ଆଜି ପୁଣି ଥରେ କହୁଛି ଦେଶର ପ୍ରତି ହିନ୍ଦୁ ଦମ୍ପତି 5-5 ସନ୍ତାନ ଜନ୍ମ କରିବା ଉଚିତ । ଏହାସହିତ ୱାକଫ ବୋର୍ଡ ପରେ ସନାତନ ବୋର୍ଡ ବି ଗଠନ କରାଯିବା ଉଚିତ ବୋଲି କହିଛନ୍ତି ।
ପ୍ରବଚଳ ଦେବକୀନନ୍ଦ ଠାକୁର ଗୁରୁବାର ଜବଲପୁରରେ 17ରୁ 23 ଯାଏ ଆୟୋଜିତ ହେବାକୁ ଯାଉଥିବା ଶ୍ରୀମଦ ଭାଗବତ କଥା ସନ୍ଦର୍ଭରେ ଆୟୋଜିତ ପ୍ରେସମିଟକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ସ୍ୱାଧୀନତା ପରେ ହିନ୍ଦୁଙ୍କ ଜନସଂଖ୍ୟା ଅନ୍ୟ ଧର୍ମ ତୁଳନାରେ 7 ପ୍ରତିଶତ ହ୍ରାସ ପାଇଛି । ଦେଶରେ ସନାତନ ଧର୍ମକୁ ବଂଚାଇବା ହେଲେ ବହୁସଂଖ୍ୟକଙ୍କ ସମୁଦାୟର ସଂଖ୍ୟାକୁ ବଢାଇବାକୁ ପଡିବ । ଦେଶର ପ୍ରତି ହିନ୍ଦୁ ଦମ୍ପତି ଅତି କମରେ 5 ଶିଶୁ ଜନ୍ମ କରିବା ଉଚିତ ।