
ନୂଆଦିଲ୍ଲୀ,ଦିଲ୍ଲୀ ବିଜେପି ପକ୍ଷରୁ ଶୁକ୍ରବାର କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ବିରୁଦ୍ଧରେ 40 ପତ୍ରର ଅଭିଯୋଗ ପତ୍ର ଜାରି କରାଯାଇଛି । ଏହି ଅଭିଯୋଗ ପତ୍ର ବିଜେପି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜାରି କରାଯାଇଛି । କଂଗ୍ରେସ ଓ ଆପ୍ ଲୁଟରେ ଭାଗିଦାର ନାମରେ ଜାରି ଏହି ଅଭିଯୋଗ ପତ୍ରରେ ବିଜେପି ଆପର ବିଫଳତା ଦର୍ଶାଇଛି । ଏଥିରେ ମଦ ଦୁର୍ନୀତି, ଶୀଶ ମହଲରେ ସରକାରୀ ଅର୍ଥ ଅପଚୟ, କରୋନା କାଳରେ କୁବ୍ୟବସ୍ଥା, ଦିଲ୍ଲୀରେ ବିଫଳ ଶିକ୍ଷା ମଡେଲ ସହିତ ଅନେକ ଦୁର୍ନୀତି କଥା ଉଠାଯାଇଛି ।
ଏହି ଅଭିଯୋଗ ପତ୍ର କମିଟିର ଅଧ୍ୟକ୍ଷ ବିଧାୟକ ବିଜେନ୍ଦ୍ର ଗୁପ୍ତା ଅଟନ୍ତି । କମିଟିର ସଦସ୍ୟ ମଧ୍ୟରେ କପିଲ ମିଶ୍ରା, ହରିଶ ଖୁରାନା, ପ୍ରବୀଣ ଶଙ୍କର କପୁର, ସରଦାର ରାଜା ଇକବାର ସିଂହ, ଜୟଭଗବାନ ଯାଦବ, ଗୁଲସନ ବିରମାନୀ ଓ ପ୍ରତିକ ଅଗ୍ରୱାଲ ଅଛନ୍ତି ।