ଜୟପାଟଣା – ଜୟପାଟଣା ଗ୍ରାମ ପଂଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୦ ଦୁଇଦିନ ଧରି ଚାଲି ଗତ ମଙ୍ଗଳବାର ରାତିରେ ଉଦଯାପିତ ହୋଇଯାଇଛି ।
ପଂଚାୟତ ସ୍ତରରେ ଆୟୋଜିତ ପ୍ରତିଯୋଗିତା ଉର୍ତୀର୍ଣ୍ଣ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବାବେଳେ ବିଭିନ୍ନ ସ୍ତରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ମାନପତ୍ର ଓ ଉପ ଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ପୁରସ୍କାର ବିତରଣ ଓ ସାଂସ୍କୃତିକ ସନ୍ଧ୍ୟା ସରପଂଚ ଦିଲିପ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବାବେଳେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ବୀରକିଶୋର ପଣ୍ଡା ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବାବେଳେ ତୀର୍ଥରାଜ ଦଳପତି, ପ୍ରକାଶ ଦୁରିଆ, ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାଉତ, ବଳଭଦ୍ର ମିଶ୍ର, ସତୃଘ୍ନ ରାଉତ, ପି.ଇ.ଓ. ଦୁସାସନ ନାଏକ, ଭାସ୍କର ପ୍ରସାଦ ବେହେରା, ନାଏବ ସରପଂଚ କଳାବତୀ ଦେବୀ ସମ୍ମାନୀତ ଅତିଥି ଭାବରେ ମଂଚାସୀନ ଥିଲେ । ବିବିଧ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଶିକ୍ଷକ ହରେକୃଷ୍ଣ ଦାସ, ମୀନା ମୁଣ୍ଡ, କ୍ରୀଡ଼ାବୀତ ସତାର ମହମ୍ମଦ, ଗୁରୁ ଶ୍ରୀବତ୍ସ ବୈଦ୍ୟ, ତ୍ରିଲୋଚନ ରାଉତ, ତ୍ରିନାଥ ପଟ୍ଟନାୟକ, ଆଶାକର୍ମୀ ଚନ୍ଦ୍ରମଣି ଦେବୀ, ଅଙ୍ଗନୱାଡ଼ୀ ସୁମତି ରାଉତ ଓ ୩୩ ଦିନ ମଧ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଗୃହକୁ ପୂର୍ଣ୍ଣାଙ୍ଗ କରିଥିବା ଚର୍ଚ୍ଚିକା ଗ୍ରାମର କୁନ୍ଦନେ ଶବରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କଲା ପରେ ଚିଂଚରଞ୍ଜନ ଦଳପତି ଓ ପ୍ରଦିପ ସରାବୁଙ୍କ ପରିଚାଳନାରେ ଆୟୋଜିତ ସାଂସ୍କୃତିକ ମଂଚରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା ।