ଭୁବନେଶ୍ୱର,ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକଙ୍କ ପରଲୋକ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି। ସେ କିଛିଦିନ ହେବ ଅସୁସ୍ଥତା ଯୋଗୁ ଚିକତ୍ସିତ ହେଉଥିଲେ।
କଂଗ୍ରେସ ସରକାର ସମୟରେ ସେ 5 ଥର ବିଧାୟକ ଏବଂ 3ଥର ମନ୍ତ୍ରୀ ଥିଲେ । ଏହା ସହ ସେ ଓଡ଼ିଶା ଗୃହ ବିଭାଗ ତଥା ଜଙ୍ଗଲ ବିଭାଗ,ଅବକାରୀ ବିଭାଗ, ନଗର ଉନ୍ନୟନ ବିଭାଗ ଓ ଜଳ ଓ ପରିମଳ ବିଭାଗର ମନ୍ତ୍ରୀ ପଦ ମଧ୍ୟ ତୁଲାଇ ଥିଲେ। ତାଙ୍କ ଘର ବିଷମକଟକ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ କଲ୍ୟାଣସିଂହପୁରୁ ବ୍ଲକରେ । ସେ ଜୁଲାଇ 1 ତାରିଖ 1937 ମସିହାରେ ଜନ୍ମ ଗ୍ରହଣ କରିଥିଲେ ଏବଂ 87 ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ।