ପୁରୀ – ନୂଆବର୍ଷ ପାଇଁ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ବନ୍ଦ ଥିବାବେଳେ ମଙ୍ଗଳବାରଠାରୁ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ପଶ୍ଚିମଦ୍ୱାର ସମ୍ମୁଖରେ ଥିବା କେତେକ କୋଠାକୁ ଭଙ୍ଗାଯାଇଛି । କେତେକ ବ୍ୟବସାୟିକ ଅନୁଷ୍ଠାନ ଓ ବ୍ୟକ୍ତିଗତ ଘରକୁ ମଧ୍ୟ ଭଙ୍ଗାଯାଇଛି । ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ ୭୫ମିଟର ଚୌହଦୀରେ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ, ଘରୋଇ ବାସଗୃହ ଓ ମଠରେ ଗଡି ଉଠିଥିବା ଦୋକାନଗୃହଗୁଡିକୁ ଭଙ୍ଗାଯାଉଛି । ପୂର୍ବରୁ ଏମାର ମଠ, ଲଙ୍ଗୁଳି ମଠ, ବଡଆଖେଡା ମଠ, ସାନଛତା ମଠ, ମଙ୍ଗୁମଠ, ଗାଣ୍ଡୁଚଉରା ଛକରେ ଥିବା ଦୁଇମହଲା କୋଠା ଆଦି ଭଙ୍ଗାଯାଇଥିଲା । ସୁରକ୍ଷା ଜୋନରେ ୯୦ପ୍ରତିଶତ ଉଚ୍ଛେଦକାରୀ ସେମାନଙ୍କ ଉଚ୍ଛେଦ ସ୍ଥାନଗୁଡିକୁ ସରକାରଙ୍କୁ ବିକ୍ରି କରିଦେଇଥିବା ଜଣାଯାଇଛି । ଉପଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର, ଆରଆଇ, ପୁଲିସ ପ୍ରଶାସନ ପ୍ରମୁଖ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ ।
Related Stories
November 23, 2024