ଲକ୍ଷ୍ନୌ, କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଲୋକସଭାରେ ଆଇଏନଡିଆଇଏର ସରକାର ଗଠନ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଖଡଗେ କହିଛନ୍ତି ଯେ, ସରକାର ଗଠନ ହେବା ପରେ ଆମେ ସମସ୍ତ ଗରିବଙ୍କୁ 10 କିଲୋ ରାସନ ଦେବୁ । ଖଡଗେ ଅଖିଳେଶଙ୍କ ସହିତ ଲକ୍ଷ୍ନୌର ତାଜ ହୋଟେଲରେ ବୁଧବାର ମିଳିତ ପ୍ରେସମିଟରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ଜୁନ 4ରେ ଆଇଏନଡିଆଇଏର ସରକାର ଗଠନ ହେବ । ସେ କହିଛନ୍ତି ଖାଦ୍ୟ ସୁରକ୍ଷା ଆଇନ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଆଣିଥିଲା । ଆଇଏନଡିଆଇଏ ସରକାର ଗଠନ ହେବା ପରେ ଆମେ ପ୍ରତି ବ୍ୟକ୍ତିକୁ 10 କିଲୋ ରାସନ ଦେବୁ । ଆମର ଲଢେଇ ଗରିବଙ୍କ ପାଇଁ ଅଟେ । ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ । ପଦ ଖାଲି ଅଛି, କିନ୍ତୁ ଭର୍ତ୍ତି ହେଉନାହିଁ । ଏହା ଦେଶର ଭବିଷ୍ୟ ନିର୍ମାଣର ନିର୍ବାଚନ ଅଟେ । ଭୋଟର ଅଧିକାର ହିଁ ସବୁଠୁ ବଡ ଶକ୍ତି ଅଟେ । ଆମେ ଦୃଢତାର ସହ ଲଢୁଛୁ ।