![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ସମ୍ବଲପୁର, ପୂର୍ବତନ ବିଧାୟକ ସ୍ବର୍ଗତ ଜଗତେଶ୍ଵର ମିର୍ଦ୍ଧାଙ୍କ ବିଧବା ପତ୍ନୀ ସୁବାସିନୀ ମିର୍ଦ୍ଧା ଏବଂ ତାଙ୍କ ପରିବାର ବର୍ଗଙ୍କୁ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ମାନେଶ୍ଵର ବ୍ଲକ ପରମାନପୁର ପଞ୍ଚାୟତ ନୂଆମୁଣ୍ଡା ବାସଭବନରେ ଆଜି ସମ୍ବଲପୁର ଲୋକସଭା କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର କୁମାର ପ୍ରଧାନ ଭେଟିଛନ୍ତି । ସ୍ବର୍ଗତ ମିର୍ଦ୍ଧା ୧୯୭୧, ୧୯୭୪, ୧୯୭୭, ୧୯୮୦ ଓ ୧୯୮୫ ମସିହା ଓଡ଼ିଆ ବିଧାନସଭା ନିର୍ବାଚନରେ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ଲଗାତାର ୫ ଥର ନିର୍ବାଚିତ ହୋଇଥିଲେ । ଏହି ଅବସରରେ ସ୍ବର୍ଗତ ମିର୍ଦ୍ଧାଙ୍କ ପୁଅ ତଥା ପୂର୍ବତନ ଜ଼ିଲ୍ଲା ପରିଷଦ ସଦସ୍ୟ ଦିଲୀପ ମିର୍ଦ୍ଧା, ପୂର୍ବତନ ଜ଼ିଲ୍ଲା ପରିଷଦ ସଦସ୍ୟ ସଞ୍ଜୟ ମିଶ୍ର, ବିଶିଷ୍ଟ ସମାଜସେବୀ ଉଜାଗର ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ବର୍ତ୍ତମାନର ନିର୍ବାଚନୀ ପ୍ରଚାର ଓ ସ୍ବର୍ଗତ ମିର୍ଦ୍ଧାଙ୍କ ସମୟର ନିର୍ବାଚନୀ ପ୍ରଚାରରେ ଆକାଶ ପାତଳ ଫରକ୍ ରହିଛି । ସେତେବେଳେ ଜନସାଧାରଣ ନିଜ ସ୍ବାର୍ଥକୁ ବଳି ଦେଇ ସାମୁହିକ, ଆଞ୍ଚଳିକ ବିକାଶ ପାଇଁ ଆଗଭର ହୋଇ ଆଶାୟୀ ପ୍ରାର୍ଥୀମାନଙ୍କ ଆଗରେ ଫେରାର ହେଉଥିଲେ, ହେଲେ ଆଜି ସବୁକିଛି ବଦଳି ଯାଇଛି ବୋଲି ସେଠାରେ ଉପସ୍ଥିତ କିଛି ପୁରୁଖା ଲୋକେ ସ୍ମୃତି ବଖାଣି ଥିଲେ । ନିର୍ବାଚନୀ ପ୍ରଚାର ବେଳେ ଅତୀତର ଦିବଙ୍ଗତ ନେତାଙ୍କ ସ୍ମୃତି ଚାରଣ କରିବା ଘଟଣା ସମ୍ଭବତଃ ପୁଣିଥରେ କଂଗ୍ରେସ ତା’ର ହଜିଲା ଶକ୍ତି ଫେରିପାଇବ ବୋଲି ଅନେକ ଆଶା ପ୍ରକାଶ କରିଛନ୍ତି ।