-
ରାଜ୍ୟରେ 4ଟି ସଂସଦୀୟ କ୍ଷେତ୍ର ଓ 28ଟି ବିଧାନସଭା କ୍ଷେତ୍ର ପାଇଁ ଭୋଟଗ୍ରହଣ
-
ମୋଟ ୭୩୦୩ ବୁଥରେ ୬୨ ଲକ୍ଷ ୮୭,୨୨୨ ମତଦାତା
ଭୁବନେଶ୍ୱର, ଭୋଟ ଦେଉଛି ଓଡ଼ିଶା । ଓଡିଶାରେ ଗଣତନ୍ତ୍ରର ମହାପର୍ବ ମତଦାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର କୋରାପୁଟ, ନବରଙ୍ଗପୁର , ବ୍ରହ୍ମପୁର , କଳାହାଣ୍ଡି ପାଇଁ ମତଦାନ ହେଉଛି। ୨୮ ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଏକସଙ୍ଗେ ଭୋଟିଂ ହେଉଛି। ମାଓ ପ୍ରଭାବିତ ଅଞ୍ଚଳରେ ମତଦାନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପର୍ଯ୍ୟାୟରେ ମୋଟ ୭୩୦୩ ବୁଥରେ ୬୨ ଲକ୍ଷ ୮୭ ହଜାର ୨୨୨ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ପୁରୁଷ, ୩୧ ଲକ୍ଷ ୮୯ ହଜାର ୬୦ମହିଳା ଏବଂ ତୃତୀୟ ଲିଙ୍ଗୀ ଭୋଟର ୬୩୫ଜଣ ରହିଛନ୍ତି। ସକାଳ ୭ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟା ଯାଏ ଚାଲିବ ।