ପଡାଂଗ, ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ପ୍ରବଳ ବର୍ଷା ଓ ହଠାତ୍ ବନ୍ୟା ଆସିବା କାରଣରୁ ଅତିକମରେ 37ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 12ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ରବିବାର ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି । ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ମୁଖପାତ୍ର ଅବଦୁଲ ମୁହାରୀ କହିଛନ୍ତି ଯେ ମୌସୁମୀ ବର୍ଷା ଏବଂ ମାରାପୀ ପର୍ବତର ଥଣ୍ଡା ଲାଭାରୁ କାଦୁଅ ପ୍ରବାହିତ ହୋଇ ଏହି ଭୂସ୍ଖଳନ କାରଣରୁ ଶନିବାର ମଧ୍ୟରାତିରେ ଏକ ନଦୀରେ ବନ୍ୟା ଆସିବା କାରଣରୁ ପଶ୍ଚିମ ସୁମାତ୍ରା ଅଂଚଳର ଚାରି ଜିଲ୍ଲାର ଅନେକ ଗାଁରେ ବନ୍ୟା ଆସିଛି । ଏଥିରେ ଅନେକ ଲୋକ ବନ୍ୟାରେ ଭାସିଯାଇଛନ୍ତି । ଶତାଧିକ ଘର ଜଳମଗ୍ନ ହୋଇଥିଲା । ଏବେ ସ୍ଥାନୀୟ ଅଂଚଳରେ ତଲାସୀ ଓ ଉଦ୍ଧାର ଅଭିଯାନ ଜାରି ରହିଛି ।