ଡେରାଡୁନ, ବୈଦିକ ମନ୍ତ୍ରୋଚ୍ଚାରଣ ଓ ଶ୍ରୀବଦ୍ରି ବିଶାଳ ଲାଲଙ୍କ ଜୟକାର ସହିତ ରବିବାର ବ୍ରହ୍ମପୁହୂର୍ତ୍ତରେ ବଦ୍ରିନାଥ ଧାମର ଦ୍ୱାର ଖୋଲିବା ମାତ୍ରେ ହିଁ ପ୍ରଥମେ ଅଖଣ୍ଡ ଜ୍ୟୋତି ଦର୍ଶନ କରାଯାଇଛି । ଏହା 6ମାସରୁ ଜଳୁଛି । ଏହାପରେ ବଦ୍ରିନାଥଙ୍କ ଉପରେ ଚଢାଯାଇଥିବା ଘିଅ ତିଆରି କମ୍ବଳ ହଟାଯାଇଛି । ଯାହା 6ମାସ ପୂର୍ବରୁ ଦ୍ୱାର ବନ୍ଦ ହେବା ସମୟରେ ଭଗବାନଙ୍କୁ ଘୋଡାଯାଇଥିଲା । ଏହି କମ୍ବଳକୁ ପ୍ରସାଦ ଭାବେ ବଂଟାଯାଇଥାଏ । ମନ୍ଦିରର ଦ୍ୱାର ଗତ ବର୍ଷ ନଭେମ୍ବର 14ରେ ବନ୍ଦ ହୋଇଥିଲା ଅର୍ଥାତ 179ଦିନ ପରେ ବଦ୍ରିନାଥ ଦ୍ୱାର ଖୋଲାଯାଇଛି । ବଦ୍ରିନାଥ ଧାମର ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ହୋଇଥିଲା ।