
ବଲାଙ୍ଗୀର , ନିର୍ବାଚନୀ ପ୍ରଚାର ମଇଦାନରେ ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ ଗ୍ରାମ ମାନଙ୍କୁ ଯାଇ ନିର୍ବାଚନ ପ୍ରଚାର୍ ଜୋର୍ ଦାର ଆରମ୍ଭ କରିଦେଲେଣି। ଏହି ପରିପ୍ରେକ୍ଷୀରେ ଗତକାଲି ସନ୍ଧ୍ୟାରେ ଚନ୍ଦନଭାଟି ଗ୍ରାମରେ ବିପୁଳ ଜନ ସମାବେଶ ରେ ଉଦବୋଧନ ଦେଇ ନିଜର ପତିଆରା ଜାହିର କରିଛନ୍ତି।ସ୍ଥାନୀୟ ବିଜେଡି ନେତା ସୁକାନ୍ତ ପାଣିଗ୍ରାହୀଙ୍କ ନେତୃତ୍ୱରେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ବ ଲୋକ ଉତ୍ସାହ ର ସହିତ ଏହି ନିର୍ବଚନୀ ସଭାରେ ଯୋଗଦାନ କରିଥିଲେ। ବିଧାନସଭା ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ ବିଧାୟକ ହେଲେ ଚନ୍ଦନଭାଟି ଗ୍ରାମର ସର୍ବାଙ୍ଗୀନ ଉନ୍ନତି କରିବେ ବୋଲି ଉପସ୍ଥିତ ଜନ ସମାବେଶରେ ତାଙ୍କର ବକ୍ତବ୍ୟ ରଖିଥିଲେ।ଚନ୍ଦନଭାଟି ଗ୍ରାମର ଜଳ ସମସ୍ୟା ସହ ଅନ୍ୟ ସମସ୍ୟା ମଧ୍ୟ ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଆଉ ମଧ୍ୟ କହିଥିଲେ ନିର୍ବାଚନ ରେ ଜିତିଲେ ତାଙ୍କର ବିଜୟ ଯାତ୍ରା ଚନ୍ଦନଭାଟି ଗ୍ରାମରୁ ଆରମ୍ଭ କରିବେ। କଳିକେଶଙ୍କ ବକ୍ତବ୍ୟରେ ଅନୁପ୍ରାଣିତ ହୋଇ ଅନେକ ଅସନ୍ତୁଷ୍ଟ ନେତା ଏହି ନିର୍ବାଚନୀ ପ୍ରଚାର୍ ମଇଦାନରେ ବିଜେଡି ସହ ମିଶି ଯାଇଥିଲେ।କୋଳାହଳ ଭିତରେ ଅଙ୍ଗାଅଙ୍ଗି ହୋଇ ବିଜେଡିର ସବୁଜ ରଙ୍ଗକନାରେ ନିଜକୁ ରଙ୍ଗାୟିତ କରିଥିଲେ।ନିର୍ବାଚନୀ ସଭାର ପ୍ରାରମ୍ଭ ଉତ୍ୟକ୍ତ ଭାଷଣରେ ଲୋକେ ପ୍ରଭାବିତ ହୋଇ କରତାଳି ଏବଂ ହୁଳହୁଳିରେ ସଭା ମଇଦାନକୁ ଚଳଚଞ୍ଚଳ କରିଦେଇଥିଲେ।ଚନ୍ଦନଭାଟି ଗ୍ରାମର ବିପୁଳ ଜନ ସମାବେଶ ଆଗାମୀ 20 ତାରିଖ ହେଉଥିବା ନିର୍ବାଚନ ରେ ବିଜେଡି ସପକ୍ଷରେ ନା ବିପକ୍ଷରେ ଯିବା ତାହା ନିର୍ବାଚନ ପରେ ଜଣାପଡ଼ିବ।