-
ପରିବାର ଲୋକ ଦେଲେ ଧାରଣା
ବୌଦ୍ଧ , ଜଣେ ମାନସିକ ଭିନ୍ନକ୍ଷମ ସହ୧୪ ଜଣ ନାବାଳକ ଙ୍କୁ ଉଠାଇଲା ବୌଦ୍ଧ ପୋଲିସ । ତିନି ଦିନ ହେଲାଣି ପୋଲିସ ସେମାନଙ୍କ ଘରୁ ଉଠାଇଆଣିଛି । ଘରଲୋକଙ୍କୁ ମଧ୍ୟ ଭେଟ ହେବାକୁ ଦିଆଯାଉନାହିଁ । ଦୁଇ ଦିନ ହେଲା ଥାନା ସାମ୍ନାରେ ପଡ଼ି ରହିଛନ୍ତି ପରିବାର ଲୋକେ । ଶେଷରେ ବୁଧବାର ରାତି ରେ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଥିଲେ ପରିବାର ଲୋକେ । ନୂଆପଡା, କରଡି, ଖଜୁରିପଡା, ମଥୁରା ସମତେ ଆଖପାଖ ପାଞ୍ଚ ଖଣ୍ଡ ଗାଁ ରୁ ୧୪ଜଣ ନାବାଳକ ଙ୍କୁ ଗତ ୬ ତାରିଖ ଦିନ ଘରୁ ଉଠେଇ ଆଣିଛି ପୋଲିସ । ୧୪ ଜଣ ପିଲାଙ୍କ ମଧ୍ୟରେ ରହିଛି ଜଣେ ମାନସିକ ଭିନ୍ନକ୍ଷମ । ମାତ୍ର ପରିବାର ଲୋକଙ୍କୁ ଜଣା ନାହିଁ କେଉଁ କାରଣ ଯୋଗୁଁ ଛୋଟ ଛୋଟ ପିଲାଙ୍କୁ ଉଠେଇ ଆଣିଛି ପୋଲିସ । ଆଜି କୁ ତିନି ଦିନ ହେଲାଣି ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ପରିବାର ଲୋକେ । ହେଲେ ଏ ପର୍ଯ୍ୟନ୍ତ ପୋଲିସ କୌଣସି କାରଣ କୁ ସ୍ପଷ୍ଟ କରୁନାହିଁ । ଏହାକୁ କେନ୍ଦ୍ର କରି ପାଞ୍ଚ ଖଣ୍ଡ ଗାଁ ର ପରିବାର ଲୋକେ ଜ଼ୀଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟ ସାମ୍ନାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାରଣା ଦେଇଥିଲେ । ଯେ ପର୍ଯ୍ୟନ୍ତ ପିଲା ଙ୍କୁ ଛଡା ନ ଯାଏ ସେ ପର୍ଯ୍ୟନ୍ତ ଧାରଣା ସ୍ଥଳ ରୁ ଉଠିବେ ନାହିଁ ବୋଲି ଚେତାବନୀ ଦେବା ପରେ ପରିବାର ଲୋକଙ୍କ ସହ କଥା ହୋଇଥିଲେ । ସକାଳୁ କଥା ହେବା ସହ ସମସ୍ତଙ୍କୁ ଛାଡି ଦିଆଯିବ ବୋଲି ଏସ୍ପିଙ୍କ ପ୍ରତିଶୃତି ପରେ ଘରକୁ ଫେରିଥିଲେ ପରିବାର ଲୋକେ । ଏକ ବସର କାଚ ଭଙ୍ଗା ରୁଜାକୁ ନେଇ ହୋଇଥିବା ମାମଲାରେ ସମସ୍ତଙ୍କୁ ଅଟକ ରଖାଯାଇଥିବା କହିଛନ୍ତି ବୌଦ୍ଧ ସଦର ଥାନା ଅଧିକାରୀ ।