ବୌଦ୍ଧ ,ବୌଦ୍ଧ ଜିଲା ପ୍ରଶାସନ ବିଶ୍ୱ ରେଡକ୍ରସ ଦିବସ ପାଳନ କରୁଥିବା ବେଳେ ଅବ୍ୟବସ୍ଥା ଘେରରେ ରହିଥିବା ବୌଦ୍ଧ ରକ୍ତ ଭଣ୍ଡାର ପ୍ରତି ନଜର ପଡୁନଥିବା ଅଭିଯୋଗ ହୋଇଛି l ବୌଦ୍ଧ ରେ ଏବେ ରକ୍ତ ର ମରୁଡି ଦେଖା ଦେଇଥିବା ବେଳେ ଜିଲା ପ୍ରଶାସନ ନିଦ୍ରାରେ ଶୋଇପଡିଛି l ବୌଦ୍ଧ ରକ୍ତ ଭଣ୍ଡାର ଉପରେ ଜିଲା ଡାକ୍ତରଖାନାରେ ଚିକିତ୍ସଛିତ ହେଉଥିବା ବୌଦ୍ଧ ଓ ପଡୋଶୀ ଜିଲାର ର ରୋଗୀମାନେ ନିର୍ଭର କରୁଛନ୍ତି l ପ୍ରତିଦିନ ୨୦ ରୁ ୨୫ ୟୁନିଟ ରକ୍ତ ଦରକାର ହେଉଥିବା ବେଳେ ବୌଦ୍ଧ ରକ୍ତ ଭଣ୍ଡାର ଯୋଗାଇବାରେ ଅସମର୍ଥ ହେଉଛି l ରକ୍ତର ବିକଳ୍ପ ନାହିଁ l ସ୍ଵେଚ୍ଛାକୃତ ଭାବେ ଦିଆଯାଇଥିବା ରକ୍ତ ହିଁ ରୋଗୀଙ୍କୁ ଦିଆଯାଇଥାଏ l ଜିଲାରେ ରକ୍ତଦାନ ବ୍ୟକ୍ତିଗତ ଉଦ୍ୟମ , ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କ ସହଯୋଗରେ ହୋଇ ଆସୁଅଛି l ନା ପ୍ରଶାସନ , ନା ସରକାର ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ପାଇଁ କୌଣସି ସଠିକ ଯୋଜନା ହାତକୁ ନେଉନାହାନ୍ତି କି ଉଦ୍ୟମ ମଧ୍ୟ କରୁନାହାନ୍ତି l ସରକାରଙ୍କ ପକ୍ଷରୁ ରୋଗୀଙ୍କୁ ମାଗଣା ରକ୍ତ ଦେବା ପାଇଁ କରିଥିବା ଯୋଜନା ବୌଦ୍ଧ ଜିଲ୍ଲାରେ ରକ୍ତ ଅଭାବରୁ ଫେଲ ହୋଇଛି l ନିର୍ଦ୍ଦିଷ୍ଟ ରୋଗର ରୋଗୀମାନଙ୍କୁ ଜରୁରୀ କାଳୀନ ସ୍ବତନ୍ତ୍ର ସୁବିଧା ରହିଥିଲେ ମଧ୍ୟ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ହେଉ ନ ଥିବାରୁ ରୋଗୀଙ୍କୁ ରକ୍ତଦାତାମାନଙ୍କୁ ଖୋଜିବାକୁ ପଡୁଛି , ସେଠି ପାଇଁ ରୋଗୀ ହଇରାଣ ହେଉଛନ୍ତି l ଅନ୍ୟପକ୍ଷରେ ରକ୍ତ ଭଣ୍ଡାରରେ କର୍ମଚାରୀ ଅଭାବ, ପରିଚାଳନା ଗତ ତ୍ରୁଟି ଏହି ସମସ୍ୟାକୁ ଦ୍ବିଗୁଣିତ କରିଦେଉଛି l ବୌଦ୍ଧ ରକ୍ତ ଭଣ୍ଡାରରେ କୌଣସି AC କାମ କରୁନଥିବା ବେଳେ ରକ୍ତ ଦାତାଙ୍କ ପାଇଁ ଉଦିଷ୍ଟ ବିଶ୍ରାମ କୋଠରୀକୁ ଲାବଟୋରୀରେ ପରିବର୍ତନ କରି ଦିଆଯାଇଛି l ସ୍ୱେଚ୍ଛାସେବୀ ସଂଗଠନ ଓ ରକ୍ତଦାତା ମାନେ ଆବଶ୍ୟକୀୟ ସୁବିଧା ସୁଯୋଗ ପାଉ ନ ଥିବାରୁ ରକ୍ତଦାନ ରୁ ବିମୁଖ ହେଉଛନ୍ତି l କେବେ ଚେତିବ ଜିଲା ପ୍ରଶାସନ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ, ତାହା ଏବେ ଦେଖିବାକୁ ବାକି ରହିଲା l
Related Stories
December 21, 2024