
-
– ଅଟକିଲା ବସ୍ , ଟ୍ରେନ୍ : ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର – ଦରଦାମ୍ ବୃଦ୍ଧି , ଶ୍ରମ ଆଇନ୍ ସଂଶୋଧନ , ନିଯୁକ୍ତି ଓ ସାମାଜିକ ସୁରକ୍ଷା , ସମାନ କାମକୁ ସମାନ ଦରମା ଆଦି ଦାବିରେ ବୁଧବାର ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ପାଳନ ହୋଇଛି । ବନ୍ଦ ପାଳନ ଓଡିଶାରେ ସଫଳ ହୋଇଥିବା ସେମାନଙ୍କ ପକ୍ଷରୁ କୁହାଯାଇଛି । ବନ୍ଦ ପାଳନ ସମ୍ପୂର୍ଣ୍ଣ ଶାନ୍ତପୂର୍ଣ୍ଣ ଭାବେ କରାଯାଇଛି । କୌଣସି ସ୍ଥାନରେ ପୋଡାଜଳା କରାଯାଇ ନାହିଁ । ଜନସାଧାରଣ , କର୍ମଚାରୀ ଓ ଶ୍ରମିକ ମାନେ ସ୍ୱତଃ ପ୍ରବୃତ ଭାବେ ଆନେ୍ଦାଳନରେ ସହଯୋଗ କରିଥିବା ସେମାନେ ଦାବି କରିଛନ୍ତି ।
ବନ୍ଦ ପ୍ରଭାବରେ ବ୍ୟାଙ୍କ୍ ସେବା , ବସ୍ , ଟ୍ରେନ୍ ଓ ଅଟୋ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।ଏଥିଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ । ଜାତୀୟ ରାଜପଥ , ରାଜ୍ୟ ରାଜପଥ ମାନଙ୍କରେ ଗାଡି ଚଳାଚଳ କମ୍ ରହିଥିଲା । ରାସ୍ତା କଡରେ ବସ୍ ଓ ଟ୍ରକ୍ ଗୁଡିକ ଅଟକି ରହିଥିଲା । ରାଜଧାନୀ ଭୁବନେଶ୍ୱର ସମେତ , କଟକ , ବାଲେଶ୍ୱର , ଭଦ୍ରକ , ଯାଜପୁର ଆଦିରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଅଟୋ ଓ ଟ୍ୟାକ୍ସି ଚଳାଚଳ ବନ୍ଦ ଯୋଗୁଁ ବିମାନ ବନ୍ଦର ଓ ରେଳଷ୍ଟେସନ୍ ରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ସମୟରେ କିଛି ଯୁବକ ବାଇକ୍ ସେବା ଯୋଗାଇବା ବାହାରେ ଯାତ୍ରୀଙ୍କୁ ଲୁଟୁଥିବାର ଦେଖିବାକୁ ମିଳିଥିଲା । ବାଇକ୍ ରେ ବସାଇ ଛାଡି ଦେବା ପାଇଁ ମନଇଚ୍ଛା ଟଙ୍କା ନେଇଥିଲେ । ଯାତ୍ରୀ ମାନେ ମଧ୍ୟ ଅନ୍ୟ ଉପାୟ ନପାଇ ଅଧିକ ଟଙ୍କା ଦେବାକୁ ବାଧ୍ୟ ହୋଇଥିଲେ ।
ବନ୍ଦ ଯୋଗୁଁ ପେଟ୍ରୋଲ ପମ୍ପ୍ ଗୁଡିକ ବନ୍ଦ ରହିଥିଲା । ସେହିପରି ମଲ୍ , ୧ ନମ୍ବର ମାର୍କେଟ୍ ବନ୍ଦ ରହିଥିଲା । ପୂର୍ବରୁ ବିଭିନ୍ନ ଜିଲ୍ଲା ମାନଙ୍କରେ ସ୍କୁଲ ଗୁଡିକୁ ଛୁଟି ଘୋଷଣା କରାଯାଇଥିଲା । ତେବେ ଭୁବନେଶ୍ୱରର କେତେକ ସ୍ଥାନରେ ଦୋକାନ ବଜାର ଖୋଲା ରହିଥିଲା । ସୁରକ୍ଷା ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା । କର୍ମଚାରୀମାନଙ୍କ ଉପସ୍ଥିତି ସଚିବାଳୟ , ବିଧାନସଭା , ମୁଖ୍ୟ ଦପ୍ତର, ବିଶ୍ୱ ବିଦ୍ୟାଳୟ ଏବଂ କଲେଜରେ ସ୍ୱାଭାବିକ ରହିଥିଲା ।
ରାଜଧାନୀରେ ଟ୍ରେଡ୍ ୟୁନିୟନ୍ ମାନଙ୍କ ସହ ବାମପନ୍ଥୀ ଦଳ , କଂଗ୍ରେସ ଦଳର କର୍ମୀମାନେ ରାସ୍ତାରୋକ କରିଥିଲେ । ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଂଟିନ୍ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆନେ୍ଦାଳନ କରୁଥିବା ଶତାଧିକ ନେତାଙ୍କୁ ପୋଲିସ୍ ଉଠାଇ ନେଇଥିଲା ।
ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ , ଶିବାନନ୍ଦ ରାୟ, କିଶୋର ଜେନା , ପ୍ରଣତି ମିଶ୍ର , ରାଧାକାନ୍ତ ସେଠୀ , ଜନାର୍ଦ୍ଧନ ପତି , ଆଶିଷ କାନୁନଗୋ , ରାମକୃଷ୍ଣ ପଣ୍ଡା , ଜୟଦେବ ଜେନା ,ସଂଗ୍ରାମ କେଶରୀ ଜେନା , ଧୁର୍ଜଟୀ ଦାସ, ମହେନ୍ଦ୍ର ପରିଡା ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଗିରଫ ହୋଇଥିଲେ ।ସେମାନେ ଅଭିଯୋଗ କରିଥିଲେ ରାଷ୍ଟ୍ରାୟତ ବ୍ୟାଙ୍କ , ସାଧରଣ ପରିବହନ ଉପରୁ ପୁଂଜି ପ୍ରତ୍ୟାହାର ଓ ପ୍ରତ୍ୟେକ୍ଷ ବିଦେଶୀ ପୁଂଜି ନିବେଶ କରି ଘରୋଇ କରଉ କରିବାରେ ସରକାର ଲାଗିଛନ୍ତି । ସମାନ କାମ ପାଇଁ ସମାନ ପଜୁରି ଦେବାକୁ କୋର୍ଟ ରାୟ ଦେଇଥିବା ବେଳେ ଏହାକୁ ମାନୁ ନାହାନ୍ତି । ରିଜର୍ଭ ବ୍ୟାଙ୍କ ୍ସଂଚିତ ଟଙ୍କା ଉଠାଇ ରାଜ୍ୟ ସରକାର କର୍ପୋରେଟର ମାନଙ୍କ ସ୍ୱାର୍ଥରେ ବ୍ୟବହାର କରଛନ୍ତି । ବ୍ୟାଙ୍କ୍ ଗୁଡିକର ମିଶ୍ରଣ କରି ଏଗୁଡିକୁ ଘରୋଇ କରଣ ପରିବାକୁ ଚେଷ୍ଟା କରିଛନ୍ତି । ଅଣଦେଖା ପାଇଁ ଚାଷୀ ଅତ୍ମହତ୍ୟା ପାଇଁ ବି ଚାଲିଛି । ଦେଶରେ ସାମ୍ପ୍ରଦାୟିତ ବାତାବରଣ ର ସୃଷ୍ଟି କରାଯାଉଛି । ବେକାରୀ ସମସ୍ୟା ଉକ୍ରଟ ହୋଇଛି । ବିମୁଦ୍ରୀକରଣର ପ୍ରଭାବ , ଦେୟ ଯୁକ୍ତ ଜିଏସଟି ଫଳରେ ପେଟ୍ରୋଲ ଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇ ଚାଲିଛି । ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମରେ ସରକାର ଖର୍ଚ୍ଚ କାଟ୍ କରିବା ଫଳରେ ଶ୍ରମିକ ମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି ।ଅନ୍ୟପକ୍ଷରେ ବନ୍ଦ ପାଇଁ ବିଧାନସଭା , ସଚିବାଳୟ ର ଗେଟ୍ ୧୦ଟା ୧୫ ବେଳକୁ ବନ୍ଦ କରିଦିଆଯାଇଥିଲା । ପୂର୍ବାହ୍ନ ସାଢେ ୯ଟା ବେଳକୁ ମନ୍ତ୍ରୀମାନେ ମୋଟର ସାଇକେଲରେ ସଚିବାଳୟ ଆସିବାର ଦେଖାଯାଇଥିଲା ।ଅନ୍ୟପକ୍ଷରେ ବନ୍ଦ ପାଇଁ ବିଧାନସଭା , ସଚିବାଳୟ ର ଗେଟ୍ ୧୦ଟା ୧୫ ବେଳକୁ ବନ୍ଦ କରିଦିଆଯାଇଥିଲା । ପୂର୍ବାହ୍ନ ସାଢେ ୯ଟା ବେଳକୁ ମନ୍ତ୍ରୀମାନେ ମୋଟର ସାଇକେଲରେ ସଚିବାଳୟ ଆସିବାର ଦେଖାଯାଇଥିଲା ।