
ଭଞ୍ଜନଗର -୧୦ ଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ର ଡ଼ାକରା ରେ ୧୨ଦଫା ଦାବୀ କୁ ନେଇ ଜାନୁଆରୀ ୮ ଭାରତ ବନ୍ଦ କୁ ସମର୍ଥନ ଜଣାଇ ଆଜି ଭଞ୍ଜନଗର ସହରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଧର୍ମଘଟ କରାଯାଇଛି। ବିଭିନ୍ନ ସ୍କୁଲ, କଲେଜ,ଶିକ୍ଷାନୁଷ୍ଠାନ, କୋର୍ଟ, ପୋଷ୍ଟ ଅଫିସ, ବିଭିନ୍ନ ବ୍ୟାଙ୍କ, ଏଲ.ଆଇ.ସି ଅଫିସ ସମେତ ଦୋକାନ ବଜାର ବନ୍ଦ ରହିଥିଲା। ରାସ୍ତା ରେ ଗାଡ଼ି ମଟର ସଂଖ୍ୟା ମଧ୍ୟ ବହୁତ କମ ରହିଥିଲା। ବିଭିନ୍ନ ସଂଗଠନ ର ନେତୃବୃନ୍ଦ ପିକେଟିଂ କରି ସ୍ୱତଃ ପ୍ରବୃତ୍ତ ଭାବେ କାର୍ଯ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ଏଥିରେ ସି. ପି.ଆଇ ନେତା ସୋମନାଥ ନାୟକ, ସି.ପି.ଆଇ.ଏମ ର ଅଭିମନ୍ୟୁ ଗୌଡ଼,ଗ୍ରାମୀଣ ଡାକ ସେବକ ସଂଘ ଉପସଭାପତି ହରୀକୃଷ୍ଣ ସାହୁ, କଂଗ୍ରେସ ର ଦେବୀ ବିଷୋୟୀ, ଅଶୋକ ଜେନା, ରବି ଦାସ, ଗତି ମହାପାତ୍ର,ଦଣ୍ଡପାଣି ସ୍ୱାଇଁ, ବିକ୍ରମ ବିଷୋୟୀ ଓ ଅନ୍ୟମାନେ ସାମିଲ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO