
ଭୁବନେଶ୍ବର,ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ରବିବାର ରାତି ସାଢ଼େ ୯ଟାରେ ଭୁବନେଶ୍ୱରରେ ପହଞ୍ଚିବେ। ରାତିରେ ରାଜଭବନରେ ରହଣି କରିବେ। ସୋମବାର ପୂର୍ବାହ୍ଣରେ ବ୍ରହ୍ମପୁର ଓ ପରେ ନବରଙ୍ଗପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ସୋମବାର ଅପରାହ୍ଣରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି ।