
ଭଞ୍ଜନଗର – ଭଞ୍ଜନଗର, ଭେଜିପୁଟ ଗୋଲାସାହି ରେ ଆଜି ଦିନ ପ୍ରାୟ ୧୦ ଟା ସମୟରେ ଘରେ କେହି ନ ଥିବା ସୁଯୋଗରେ ରଞ୍ଜିତା ନାଇକ(୨୨)ବିଷ ଖାଇ ଦେଇଥିଲେ। ତାଙ୍କର ଚିତ୍କାର ଶୁଣି ସାହି ପଡିଶା ଲୋକେ ଗୁରୁତର ଅବସ୍ଥା ରେ ତାକୁ ଆଣି ମେଡ଼ିକାଲ ରେ ଭର୍ତ୍ତି କରିଥିଲେ। ହେଲେ ରଞ୍ଜିତା ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ନେବା ପୂର୍ବରୁ ତାର ମୃତ୍ୟୁ ଘଟିଥିଲା। ଆତ୍ମହତ୍ୟା ର ସଠିକ କାରଣ ଜଣାପଡି ନଥିବା ବେଳେପୋଲିସ ତଦନ୍ତ ଆରମ୍ଭ କରିଛି।