
ନୂଆପଡା- ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ସ୍ୱୟଂଶାସିତ କଲେଜ ପରିସର ମଧ୍ୟରେ ରସାୟନ ବିଜ୍ଞାନ ବିଭାଗର ଏକ ଦିବସୀୟ କର୍ମଶାଳା ମଙ୍ଗଲବାର ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ଜଳ ଓ ଜଳବାୟୁ ପରିବର୍ତନ ଶୀର୍ଷକକୁ ନେଇ ଅନୁଷ୍ଠିତ ହୋଇଥିବା ବେଳେ କଲେଜ ଅଧ୍ୟକ୍ଷ ଡଃ. ହରେନ୍ଦ୍ର କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ବିଭାଗୀୟ ମୁଖ୍ୟ ଡଃ ତରୁଣ କୁମାର ପ୍ରଧାନ ଅତିଥି ପରିଚୟ, ଆଲୋଚ୍ୟ ବିଷୟରେ ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟାନ୍ୟ ଅତିଥି ଭାବରେ ପଦାର୍ଥ ବିଜ୍ଞାନ ମୁଖ୍ୟ ଚନ୍ଦ୍ରଶେଖର ଚନ୍ଦ୍ରକାର, ଡିନ ପ୍ରମୋଦ ସାହୁ, ଡଃ. ପଦ୍ମଲୋଚନ ବର୍ମା, ରାଜଶ୍ରୀ ରଥ, ଅଜିତ ପଣ୍ଡା ଓ ତପନ ଦାଶ ପ୍ରମୁଖ ଉପସ୍ଥିତ ରହି ଜଳବାୟୁ ପରିବର୍ତନ ଉପରେ ମତ ପ୍ରକାଶ କରିଥିଲେ । ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବୈଜ୍ଞାନିକ ରେଜିଓନାଲ ପ୍ରୋଜେକ୍ଟ ମ୍ୟାନେଜର ସାଉଥ ଏସିଆ ପ୍ଲୋମପେନ, କାମ୍ବୋଡିଆରେ କାର୍ଯ୍ୟରତ ଡଃ ଜ୍ୟୋତିରାଜ ପାତ୍ର ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ । ତାଙ୍କ ବକ୍ତବ୍ୟରେ ଜଳବାୟୁ ପରିବର୍ତନ ଏକ ପରିବେଶ ଜନିତ ବିଷୟ ନୁହେଁ ଏହା ଏକ ରାଜେନୈତିକ ଅର୍ଥନୈତିକ ବିଷୟ ବୋଲି ମତ ପ୍ରକାଶ କରିଥିଲେ । ବିଶ୍ୱ ଉତ୍ତପ୍ତୀକରଣର କାରଣ, ସବୁଜ ଗ୍ୟାସ ପ୍ରଭାବ, ଉତ୍ତରାଖଣ୍ଡ ବନ୍ୟା, ଓଡିଶାର ୨୦୧୯ ର ଫଣି, ଅନ୍ତଃରାଜ୍ୟ ନଦୀଜଳ ବଂଟନ ଉପରେ ଆଲୋଚନା କରିଥିଲେ । ୨୦୨୦ ଶେଷସୁଦ୍ଧା ସାରା ଭାରତରେ ୨୧ ଗୋଟି ମୁଖ୍ୟ ସହରରେ ପାଣିର ବିଶେଷ ଅସୁବିଧା ଉପରେ ମତ ପ୍ରକାଶ କରିଥିଲେ । ଏଥିରେ ଜଳ କ୍ଲବର ଆଶିଷ ଜାଲ, ଅକଲ ଚନ୍ଦ୍ରକାର, ସମୀର ଚଲାନ ପ୍ରମୁଖ ନାଗ ନେଇଥିଲେ । ଶେଷରେ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଖଡିଆଳ ସ୍ଥିତ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଠାରେ ମଧ୍ୟ ଜିଲା ପ୍ରେସ କ୍ଲବ ପକ୍ଷରୁ ଜଳ ଓ ଜଳ ପ୍ରଦ୍ୟୁଷଣ ଶୀର୍ଷକ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ କଲେଜ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ଜିଲା ପ୍ରେସ କ୍ଲବ ସଭାପତି ଅଜିତ କୁମାର ପଣ୍ଡା ଯୋଗଦାନ କରି ପ୍ରକୃତିର ପ୍ରଥମ ଉପାଦେୟ ଜଳ ନଷ୍ଟ ହେବାକୁ ବସିଥିବା ବେଳେ ପ୍ରଦ୍ୟୁଷଣ କାରଣରୁ ଜୀବଜଗତ ବିପତି ଆଡକୁ ଗତି କରୁଛି ବୋଲି ମତବ୍ୟକ୍ତ କରିଥିଲେ । ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପ୍ରେସ କ୍ଲବ ସମ୍ପାଦକ ତପନ ରଞ୍ଜନ ଦାଶ, ଅଧ୍ୟାପିକା ପ୍ରିୟଙ୍କା ମୁଣ୍ଡ, ଋତୁପର୍ଣ୍ଣା ଧରୁଆ, ପଙ୍କଜିନୀ ବିଶି, ପୁଷ୍ପାଞ୍ଜଳୀ ପ୍ରଧାନୀ, ଅଫରୋଜ ବେଗମ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ କରିବାକୁ ନିଷ୍ପତ୍ତି ହୋଇଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO