ଧର୍ମଶାଳା, ଆଗକୁ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେ ନେତାଙ୍କ ଦଳ ବଦଳ କାର୍ଯ୍ୟକ୍ରମ ଜାରି ରହିଛି । ଏହି କ୍ରମରେ ଆଜି ଯାଜପୁର ଜିଲା ବଡଚଣା ନିର୍ବାଚନ ମଣ୍ଡଳୀର ବହୁ ନେତା ନେତ୍ରୀ ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତାଫା ଦେଇଛନ୍ତି । ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ୨୦୧୪ ବିଧାୟିକା ପ୍ରାର୍ଥୀନୀ ଶ୍ରୀମନ୍ତିନୀ ଜେନା, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ରମାକାନ୍ତ ରାଉତ, ଛତିଆ ସରପଂଚ ରମେଶ ପୃଷ୍ଟି, ସବିତା ଜେନା, ପ୍ରଦୀପ ଜେନା, ନିହାର ସାମଲ, ଧୂଳେଶ୍ଵର ଦାସ, ଅନନ୍ତ ସେଣ୍ଢ, ରବିନ୍ଦ୍ର ସାମଲ ଓ କେଶବ ଦାସ ପ୍ରମୁଖ ଇସ୍ତଫା ଦେଇଛନ୍ତି । ତାଙ୍କ ପ୍ରତି ବରିଷ୍ଠମାନଙ୍କ ଅସମ୍ମାନ ଓ ସେମାନଙ୍କୁ ଅଣଦେଖା କରିବାରୁ ସେମାନେ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଛନ୍ତି ।
Related Stories
January 17, 2025
January 17, 2025