
ପାରାଦ୍ୱୀପ– ଆଜି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ ଫରେଷ୍ଟ ରେଞ୍ଜ ଅଧୀନରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ଏହି ବର୍ଷ ରେକର୍ଡ ସଂଖ୍ୟକ ପକ୍ଷୀ ମାନଙ୍କର ଆଗମନ ହୋଇଛି। ଗତବର୍ଷ ତୁଳନାରେ ପାଖାପାଖି୪ ଗୁଣ ଅଧିକ ଅର୍ଥାତ ୪୩,୦୦୦(ତେୟଲୀସି) ହଇଜାର ପକ୍ଷୀ ଏକତ୍ରିତ ହୋଇଥିଲେ। ତାହାଫୁନି ବିଦେଶର ଇରାନୀୟ ପକ୍ଷୀ ମାନଙ୍କର ଭିଡ ପରିଲକ୍ଷିତ ହୋଇଛି। ୪୫ ପ୍ରଜାତିର ପକ୍ଷୀ ମାନଙ୍କ ସହିତ ବହୁ ଦେଶୀ ପକ୍ଷୀ ମାନଙ୍କର ଭିଡ ଲାଗି ରହିଥିଲା। ଗତ ବର୍ଷ ଏହି ସମୟରେ ମାତ୍ର୧୧୦୦୦// ପକ୍ଷୀ ମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା ବେଳେ ଏହି ବର୍ଷ ଏତେ ସଂଖ୍ୟାରେ ପକ୍ଷୀ ମାନଙ୍କର ଭିଡ ପରିଲକ୍ଷିତ ହୋଇଥିବାର କାରଣରେ ଫରେଷ୍ଟ ରେଞ୍ଜର ପ୍ରତାପ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ପ୍ରକୃତି ଓ ପରିବେଶ ପକ୍ଷୀ ମାନଙ୍କୁ ଏଠାକୁ ଆସିବାକୁ ବାଟ କଢ଼ାଉଛି । ପୂର୍ବରୁ ଏଠାରେ ଲକ୍ଷାଧିକ ପକ୍ଷୀ ମାନଙ୍କର ଭିଡ ପରିଲକ୍ଷିତ ହେଉଥିବା ବେଳେ ଏବେ କିନ୍ତୁ ତାହା କମିବାରେ ଲାଗିଛି ବୋଲି ପରିବେଶବିତ କରମେଶ୍ୱର ସ୍ୱାଇଁ କହିଛନ୍ତି ।