ଭୁବନେଶ୍ୱର, ୨୦୨୪ରେ ନିର୍ବାଚନ ଲଢ଼ିବେନି ବୋଲି ସ୍ପଷ୍ଟ କରିଛନ୍ତି ବିଧାୟକ ଅମର ଶତପଥୀ । ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ ମିଳିବା ନେଇ ଅମର କହିଛନ୍ତି ଯିଏ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ଦଳରୁ କେହି ବିରୋଧ କରୁନାହାନ୍ତି । କିନ୍ତୁ ମୋତେ ଟିକେଟ ନମିଳିବାରୁ ଶୁଭେଚ୍ଛୁଙ୍କୁ ଆଘାତ ଲାଗିଛି ।
ଅନ୍ୟଦଳରୁ ପ୍ରସ୍ତାବ ଆସୁଛି, କିନ୍ତୁ ଆଜି ବି ମୁଁ ବିଜେଡିରେ ଅଛି । ମୁଁ ନିଷ୍ପତି ନେଇଛି, ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବିନି । କାହିଁକି ମୋ ଟିକେଟ କଟିଲା ମୁଁ କହିପାରିବିନି ବୋଲି କହିଛନ୍ତି ଅମର ଶତପଥୀ ।
ସୂଚନାଯୋଗ୍ୟ ଯେ ବଡଚଣା ବିଧାୟକ ଅମର ଶତପଥୀ ଜଣେ ଟାଣୁଆ ନେତା ଭାବେ ଜଣାଶୁଣା ଥିବା ବେଳେ ବିଜେଡି ଏଥର ତାଙ୍କୁ ଟିକେଟ୍ ଦେଇନାହିଁ । ନିକଟରେ ବିଜେଡିରେ ଯୋଗ ଦେଇଥିବା ଅଭିନେତ୍ରୀ ବର୍ଷାଙ୍କୁ ବଡଚଣା ଟିକେଟ୍ ଦେଇଛି ବିଜେଡି ।