
ବଲାଙ୍ଗିର ,ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ବଲାଙ୍ଗିର ଶାଖା ପାଖ୍ୟରୁ ଆଜି ଚୈତ୍ର ପୂର୍ଣ୍ଣମୀ ଏପ୍ରିଲ ୨୩ ତାରିଖ ମଙ୍ଗଳବାର ଦିନ ପୂର୍ବାହ୍ନ ଦଶ ଟାରେ ସ୍ଥାନୀୟ କଚେରି ଛକ ଠିକାଦାର ପଡ଼ା ସ୍କୁଲ ମାର୍କେଟ କମ୍ପ୍ଲେ୍ସ ଆଗରେ ଜାତୀୟ ରାଜପଥ କଡ଼ରେ ପ୍ରଚଣ୍ଡ ରୌଦ୍ରତାପ ରୁ ପଥଚାରୀ ମାନଙ୍କୁ ତୃଷା ନିବାରଣ ପାଇଁ ଦହି ପାଣି ବଣ୍ଟନ କରାଯାଇ ଥିଲା। ଗାୟତ୍ରୀ ପରିବାର ବଲାଙ୍ଗିର ସଦସ୍ୟ ସଦସ୍ୟା ପରିଜନ ମନେ ସକାଳ ୯ ଘଣ୍ଟା ବେଳେ ସମ୍ବିଲିତ ହେଇ ପ୍ରତି ବର୍ଷା ଭଳି ଦହି ପାଣି ପ୍ରସ୍ତୁତ କରି ଅଢେଇ ହଜାର ଲୋକଙ୍କୁ ବଣ୍ଟନ କରିଥଲେ। ଗାୟତ୍ରୀ ପରିବାର ସଦସ୍ୟ ମାନେ ନିଜନିଜ ଭିତରେ ଦ୍ରବ୍ୟ ସଂଗ୍ରହ କରି ଲୋକଙ୍କୁ ଦହିପାଣି ପିଇବାକୁ ଦେଇଥିବା ବେଳେ ରାସ୍ତାରେ ଯାଉଥିବା ପଥଚାରୀ ବଜାର କରୁଥିବା ଲୋକେ ଏହା ପାନ କରି ତୃଷା ମେଣ୍ଟାଇ ଥିଲେ ।