
କୋଲକାତା, ରାଜ୍ୟରେ ସ୍କୁଲ ସେବା ଆୟୋଗ (ଏସଏସସି) ଜରିଆରେ ହୋଇଥିବା ୨୫ ହଜାରରୁ ଅଧିକ ନିଯୁକ୍ତିକୁ କୋଲକାତା ହାଇକୋର୍ଟରେ ରଦ୍ଦ କରାଯିବା ପରେ କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ତମଲୁକ ଲୋକସଭା ଆସନରୁ ଭାଜପା ପ୍ରାର୍ଥୀ ଅଭିଜିତ ଗାଙ୍ଗୁଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ହାଇକୋର୍ଟଙ୍କ ନିଷ୍ପତିକୁ ସ୍ଵାଗତ କରିବା ସହ ତୁରନ୍ତ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛନ୍ତି ।