ଡେହରାଡୁନ/ପିଥୌରାଗଡ଼,ଉତରାଖଣ୍ଡର ପିଥୌରାଗଡ଼-ଏଂଚୋଲି ଅଂଚଳରେ ଅଂଡୋଲି ନିକଟରେ ସୋମବାର ସକାଳେ ବୋଲେରୋ ନଂ ୟୁକେ୦୫ଟିଏ-୨୬୮୩ ଭାରସାମ୍ୟ ହରାଇ ପ୍ରାୟ ୨୦୦ ମିଟର ଗଭୀର ଖାଲକୁ ଖସି ପଡିବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ଏମାନେ ଏକ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିବା ସମୟରେ ବାଟରେ ଏହି ଦୁର୍ଘଟଣା ଘଟିଛି । ବୋଲେରୋରେ ମୋଟ୍ ୮ ଜଣ ବରଯାତ୍ରୀ ଥିଲେ ।
ଜିଲ୍ଲା କଂଟ୍ରୋଲ ରୁମ୍ ପିଥୌରାଗଡ଼ରୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଏସଡିଆରଏଫକୁ ଦିଆଯାଇଥିଲା । ଖବର ପାଇ ଏସଡିଆରଏଫ ଟିମ୍ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଚାରି ଜଣ ମୃତକଙ୍କ ଶବକୁ ଖାଲରୁ ଉଦ୍ଧାର କରିଛି । ମୃତଦେହ ଗୁଡିକୁ ପୋଲିସକୁ ହସ୍ତାନ୍ତର କରାଯାଇଛି ।