ଭୁବନେଶ୍ୱର, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗୋଟିଏ ଲୋକସଭା ଆସନ ସହିତ ୧୧ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସୋମବାର ସିପିଆଇ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଜଗତ୍ସିଂହପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି ।
ଜଗତ୍ସିଂହପୁରରେ ରମେଶ ଚନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରିଛି ସିପିଆଇ । ସେହିପରି ଛତ୍ରପୁର ବିଧାନସଭା ଆସନ ପାଇଁ ଗୁରୁନାଥ ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ସୁନ୍ଦରଗଡ଼ ରେ ରାଜେନ୍ଦ୍ର ନାୟକ , ବାଲିକୁଦା-ଏରସମାରେ ଅଭିଜିତ ସାହୁ , ବ୍ରଜରାଜନଗରରେ ରମେଶ ଚନ୍ଦ୍ର ତ୍ରିପାଠୀ , ପାରାଦୀପରେ ଜିନ୍ମୟୀ ସାହାଣୀ , କବିସୂର୍ଯ୍ୟନଗରରେ ପ୍ରବୀଣ ଦାସ , ନୀଳଗିରିରେ ଅଜୟ ପଟ୍ଟନାୟକ , ଭୁବନେଶ୍ୱର (ଉତ୍ତର)ରେ ଶଙ୍କର୍ଷଣ ବାରିକ , ନିମାପଡ଼ାରେ ମନୋଜ ପରିଡ଼ା , ଲକ୍ଷ୍ମୀପୁରରେ କୁମର ଜାନି ଏବଂ କଣ୍ଟାବାଞ୍ଜି ରେ ପାଣ୍ଡବ ଭୋଇ ପ୍ରାର୍ଥୀ ହୋଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ, ଜାତୀୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ରାମକୃଷ୍ଣ ପଣ୍ଡା, ପୂର୍ବତନ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଓ ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ ଉପସ୍ଥିତ ଥିଲେ ।