
ଭଞ୍ଜନଗର – ଭେଜିପୁଟ ବଡ଼ଦାଣ୍ଡ ସାହିରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବେଶ ଧୁମ ଧାମ ସହକାରେ ଅଗ୍ରପୂଜ୍ୟ ଗଜାନନ ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା l ହେଲେ ଗଣେଶ ଚତୁର୍ଥୀ ଠାରୁ ଲଗାତାର 3 ଦିନ ଧରି ଲଗାଣ ବର୍ଷା ରେ ପୂଜା ଫିକା ପଡିଯାଇଥିଲା l ଏହି ବିଶାଳ ଗଣେଶ ମୂର୍ତ୍ତି କୁ ବିଶିଷ୍ଟ ମୂର୍ତ୍ତି ଶିଳ୍ପୀ ଧ୍ରୁବ ମହାରଣା ନିର୍ମାଣ କରିଥିଲେ l ଗତକାଲି ଭଷାଣି ଉତ୍ସବ କୁ ନେଇ ବେଶ ଚଳଚଞ୍ଚଳ ହୋଇ ଉଠିଥିଲା ସାରା ସହର l ସୁଦୂର ସମ୍ବଲପୁର, ବାଲିଗୁଡା ଓ ପଢ଼ାଳ ରୁ ଆସିଥିବା ଢୋଲ ବାଦ୍ୟ ର ପ୍ରଚଣ୍ଡ ଶବ୍ଦରେ ନାଚି ଉଠିଥିଲେ ଯୁବ ସମାଜ l ଏକ ବିରାଟ ଶୋଭାଯାତ୍ରା ରେ ଗଣେଶ ମେଢ଼ କୁ ସହର ପରିକ୍ରମା କରିବା ପରେ ଭଷାଣି ଅନୁଷ୍ଠିତ ହୋଇଥିଲା l ଚିଦାନନ୍ଦ ସ୍ୱାଇଁ, ବିଶ୍ୱ ନାଥ ସ୍ୱାଇଁ ଙ୍କ ସମେତ ପୂଜା କମିଟି ର ସମସ୍ତ ସଦସ୍ୟ ଓ ସାହି ବାସିନ୍ଦା ଏଥିରେ ସହଯୋଗ କରିଥିଲେ l