କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ସରସ୍ବତୀ ଜ୍ଞାନ ମନ୍ଦିର +୨ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦ତମ ବାର୍ଷିକ ଉତ୍ସବ ପୌରସଦନ (ଟାଉନ ହଲ),ପୁରୀ ପରିସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଅଭିମନ୍ୟୁ ଭୂୟାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ବରିଷ୍ଠ ନାଗରିକ ମହାସଂଘ, ଓଡିଶାର ମାର୍ଗଦର୍ଶକ ଶ୍ରୀଯୁକ୍ତ କୃପାସିନ୍ଧୁ ସାହୁ , ସମ୍ମାନିତ ଅତିଥି ଭାବରେ ପୁରୀ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମମତା ମିଶ୍ର ଓ ପୁରୀ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର କର ଏବଂ ମୁଖ୍ୟ ବକ୍ତା ଭାବରେ ଶିକ୍ଷା ବିକାଶ ସମିତି, ଓଡ଼ିଶାର ପୂର୍ବ ସମ୍ଭାଗ ସମ୍ପାଦକ ଶ୍ରୀଯୁକ୍ତ ଡଃ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଅରବିନ୍ଦ ଶତପଥି ପ୍ରାରମ୍ଭିକ ସୂଚନା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅରବିନ୍ଦ ଦାସ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ।
ଅତିଥିମାନେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ।ବିଦ୍ୟାଳୟର ପାରମ୍ପରିକ ବନ୍ଦନା ଓ ପ୍ରାର୍ଥନାପରେ ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ ଓ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ । ବ୍ୟାୟାମ ଯୋଗ, ମନୁଷ୍ୟ ପିରାମିଡ ଗଠନ,ଘୋଷ ବାଦ୍ୟ ପ୍ରଦର୍ଶନରେ ଉତ୍ସବ ସ୍ଥଳୀ ସରଗରମ ହୋଇ ଉଠିଥିଲା । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ଧ୍ରୁବଲୋକ’ ଉନ୍ମୋଚନ କରାଯାଇଥିଲା।
ଅତିଥିମାନେ ସରକାରୀ ବୃତ୍ତି ,ଭାରତୀ କୃଷ୍ଣ ଗଣିତ ପ୍ରତିଭା, ବାହ୍ୟ ବିଦ୍ୟାଳୟ ସଂସ୍କୃତିଜ୍ଞାନ , ପଠାଣି ସାମନ୍ତ ଗଣିତ ମେଧାବୃତ୍ତି, ପ୍ରାଦେଶିକ ମେଧା,NRTS ସହ ଦଶମ ମାଟ୍ରିକ A1 ମେଧାବୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ ।ଏଥିସହ +୨ ଦ୍ଵିତୀୟ ବର୍ଷ ପରୀକ୍ଷାର ଶ୍ରେଷ୍ଠ ପ୍ରତିଭାଗୀ ଏବଂ ରାଜ୍ୟ ତଥା ଜାତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ତ୍ୱ ଲାଭ କରିଥିବା ପ୍ରତିଭାଗୀ,ବିଦ୍ୟାଳୟର ବାର୍ଷିକ ପ୍ରତିଯୋଗୀତା ଓ ବାର୍ଷିକ କ୍ରୀଡ଼ାର ଶ୍ରେଷ୍ଠ ପ୍ରତିଭାଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା।
ମୁଖ୍ୟ ବକ୍ତା ନିଜ ଅଭିଭଷାଣରେ ଦୀର୍ଘ ୩୦ ବର୍ଷ ଧରି ଆଦର୍ଶ ଶିକ୍ଷା ପଦ୍ଧତିକୁ ପାଥେୟ କରି ନୈତିକ ଶିକ୍ଷା , ଅଧ୍ୟାତ୍ମିକ ଶିକ୍ଷା ଓ ଅନୁଶାସନ ଦ୍ୱାରା ଶିଶୁ ଜୀବନକୁ ଶୃଙ୍ଖଳିତ ଓ ମାର୍ଜିତ କରିବାରେ ଶିଶୁ ବିଦ୍ୟା ମନ୍ଦିର ଓ ସରସ୍ବତୀ ଜ୍ଞାନ ମନ୍ଦିର +୨ ବିଜ୍ଞାନ ମାଧ୍ୟମିକ ବିଦ୍ୟାଳୟର ଅବଦାନ ପ୍ରଶଂସନୀୟ ବୋଲି କହିଥିଲେ ।ମୁଖ୍ୟଅତିଥି ସମାଜରେ ମାନବୀୟ ମୂଲ୍ୟବୋଧ ବିକାଶରେ ଅନୁଷ୍ଠାନର ସକରାତ୍ମକ ଅଗ୍ରଣୀ ଭୂମିକା ବିଷୟରେ କହିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ଶ୍ରୀଯୁକ୍ତ ଡଃ ସିମାଚଳ ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ରଞ୍ଜନ ପଣ୍ଡା ,ସଦସ୍ୟା ସୁଶ୍ରୀ ସଂନ୍ତୋଷିନୀ ନାଏକ ଓ ଶ୍ରୀମତୀ ମିତାରାଣୀ ନାୟକ ସହିତ ଶୁଭେଚ୍ଛୁ ପୁରବାସୀ ଓ ଅଭିଭାବକ ଅଭିଭାବିକା ଓ ଶତାଧିକ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଶେଷରେ ବିଦ୍ୟାଳୟ ପରିଚାଳନା ସମିତିର ଯୁଗ୍ମସମ୍ପାଦକ ଶ୍ରୀଯୁକ୍ତ ବିକାଶ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା,ସେବକ ସେବୀକା ସମେତ ସ୍କାଉଟ ,ଗାଇଡ ଓ ଜୁନିଅର ରେଡ଼କ୍ରସ ବାହିନୀ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ସମ୍ପାଦିତ କରିଥିଲେ।
Related Stories
November 5, 2024