ରାୟପୁର, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅପ୍ରେଲ ୨୧ ତାରିଖ ସଂନ୍ଧ୍ୟାରେ ଛତିଶଗଡ଼ର ରାୟପୁରରେ ପହଂଚିବେ । ସେ କୁଶାଭାଉ ଠାକରେ ପରିସରରେ ପ୍ରଦେଶ ସଂଗଠନର ନେତା ମାନଙ୍କ ସହିତ କ୍ଲଷ୍ଟର ପ୍ରଭାରୀ, ଲୋକସଭା ପ୍ରଭାରୀ, ସଂଯୋଜକ ଏବଂ ସହ ସଯୋଜକଙ୍କ ବୈଠକ ନେବେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ, ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ବିଜୟ ଶର୍ମା, ଉପମୁଖ୍ୟମନ୍ତ୍ରୀ ଅରୁଣ ସାବ ଏବଂ ଅନ୍ୟ ମନ୍ତ୍ରୀ ମାନେ ମଧ୍ୟ ଉପସ୍ଥିତ ରହିବେ ।
ଅପ୍ରେଲ ୨୨ ତାରିଖ ଦିନ ୧୨ଟାରେ ରାୟପୁରରୁ ହେଲିକେପ୍ଟର ଯୋଗେ କାକେଂରରେ ପହଂଚି ସେଠାରେ ଅପରାହ୍ନ ୧ଟାରେ ଏକ ଜନସଭାକୁ ସମ୍ବୋଧିତ କରିବେ । ସଭା ପରେ ରାୟପୁର ଆସି ସେଠାରୁ ସ୍ଵତନ୍ତ୍ର ବିମାନ ଯୋଗେ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରିବେ ।