ଜୟପୁର, ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିରାପତ୍ତା ଉପରେ ସମସ୍ତ କର୍ମଚାରି ନେଲେ ତାଲିମ । ଜୟପୁର ଦମକଳ ବିଭାଗ ତରଫରୁ ତାଲିମ ଦିଆଯାଇଛି । ଏହି ତାଲିମ କାଯ୍ୟକ୍ରମରେ ହସପିଟାଲ ଫାୟାର ସେଫ୍ଟି ସୁପରଭାଇଜର ରମାକାନ୍ତ ପାଲ ଓ ଦମକଳ ବିଭାଗର ଫାୟର ଅଫିସର ତାଲିମ ଦେଇଥିଲେ । ଅଚାନକ ଯଦି ହସପିଟାଲରେ ଅଗ୍ନିକାଣ୍ଡ ଘଟିଲେ କିପିରି ମୁକାବିଲା କରାଯାଇ ପାରିବ ସେ ନେଇ ତାଲିମ ଦିଆଯାଇଥିଲା । ଡାକ୍ତର, ନର୍ସ, ହସପିଟାଲର ସମସ୍ତ ଷ୍ଟାଫ, ସୁରକ୍ଷା କର୍ମି ସହ ସମସ୍ତ କର୍ମଚାରି ଏହି ତାଲିମ ନେଇଥିଲେ ।
ଏହି ତାଲିମ କାଯ୍ୟକ୍ରମରେ ହସପିଟାଲ ସୁପରିଟେଣ୍ଡଣ୍ଟ ରବିନ୍ଦ୍ର ନାଥ ମିଶ୍ରଙ୍କ ସହ ହସପିଟାଲ ମ୍ୟାନେଜର ରୁପସି ନାୟକ, ତଥାଗତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।