
ନୂଆଦିଲ୍ଲୀ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୱାୟନାଡାରେ ରାହୁଲ ଗାନ୍ଧୀଙ୍କ ଆଲୋଚନା କରି ତାଙ୍କ ଉପରେ ବଂଶବାଦ ଶାସନ ଓ ବିଭାଜନକାରୀ ରାଜନୀତିକୁ ପ୍ରୋତ୍ସାହନ ଦେବାର ଅଭିଯୋଗ ଆଣିଛନ୍ତି ।
ଶୁକ୍ରବାର ନଡ୍ଡା ୱାୟନାଡାରେ ଏସଡିପିଆଇ ଓ ପ୍ରତିବନ୍ଧିତ ପିଏଫଆଇ ସହିତ ରାହୁଲ ଗାନ୍ଧୀଙ୍କ ସଂପର୍କ କଥା ଉଠାଇ ବିଜେପି ପ୍ରାର୍ଥୀ ସୁରେନ୍ଦ୍ରନଙ୍କ ପାଇଁ ପ୍ରଚାର କରିଛନ୍ତି । ଜେପି ନଡ୍ଡା କହିଛନ୍ତି ଯେ, ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସୁରେନ୍ଦ୍ରନ ୱାୟନାଡାରୁ ନିର୍ବାଚନୀ ମୈଦାନରେ ଅଛନ୍ତି, ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରାର୍ଥୀ ଅଛନ୍ତି । ରାହୁଲ ଗାନ୍ଧୀ କାହିଁକି ୱାୟନାଡା ଆସିଛନ୍ତି ତାହା ଆମ ଜ୍ଞାତସାରରୁ ବାହାରେ । ସେ ନିଜ ନିର୍ବାଚନ କ୍ଷେତ୍ରରୁ ବିଜୟ ହାସଲ କରିପାରିବେ ବୋଲି ତାଙ୍କର ଭରସା ନାହିଁ, ଯାହାର ସେ ଦୀର୍ଘ ସମୟରୁ ପ୍ରତିନିଧିତ୍ୱ କରୁଛନ୍ତି ।