ଭୋପାଳ,ମଧ୍ୟପ୍ରଦେଶର ବାଲାଘାଟ-ସିଭନୀ ସିଟରେ ସକାଳ 7ଟାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଜିଲ୍ଲାର ତିନି ନକ୍ସଲ ପ୍ରଭାବିତ ବିଧାନସଭା କ୍ଷେତ୍ରରେ କଡା ସୁରକ୍ଷା ଭିତରେ ମତଦାନ ହୋଇଥିଲା । ଜିଲ୍ଲାରେ ବୈହର, ପରସୱାଡା ଓ ଲାଂଜି ନକ୍ସଲ ପ୍ରଭାବିତ ବିଧାନସଭା ଅଟେ । ବୈହର ବିଧାନସଭାର ରୂପଝର ଥାନା ଅନ୍ତର୍ଗତ ବନଗ୍ରାମ ଦୁଗଲଇରେ 9ଟା ପୂର୍ବରୁ ଶତ ପ୍ରତିଶତ ମତଦାନ ହୋଇଥିଲା । ସକାଳ ହେବା ପୂର୍ବରୁ ଆଦିବାସୀ ଗ୍ରାମୀଣ କେନ୍ଦ୍ରରେ ଏକାଠି ହୋଇଥିଲେ । ଏଠାରେ ପ୍ରାୟ 80ଜଣ ଭୋଟର ଅଛନ୍ତି, ସେମାନେ ବେଶ୍ ଉତ୍ସାହିତ ଭାବେ ଭୋଟ ଦେଇଥିଲେ ।