
ଭଞ୍ଜନଗର – ଭଞ୍ଜନଗର ବ୍ଲକ ମୁଜଗଡ଼ ପଞ୍ଚାୟତ କାଳି ପଙ୍କା ଗ୍ରାମର ମହିଳାମାନେ ସୋମବାର ନିଜ ଗ୍ରାମରୁ ମଦବିକ୍ରି ବନ୍ଦ କରିବା ପାଇଁ ଦାବିପତ୍ର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଓ ଭଞ୍ଜନଗର ଥାନାରେ ପ୍ରଦାନ କରିଛନ୍ତି। ସେମାନଙ୍କ କହିବାନୁସାରେ ଗ୍ରାମର ପୁରୁଷ ମାନେ ମଦ ପିଇ ସେମାନଙ୍କ ସମସ୍ତ ରୋଜଗାର ଅର୍ଥ ଖର୍ଚ୍ଚ କରିବା ସହ ଘରେ ଥିବା ଜିନିଷପତ୍ର ନଷ୍ଟ କରି ଗଣ୍ଡଗୋଳ କରୁଛନ୍ତି। ଯାହାଫଳରେ ସେମାନଙ୍କ ଚଳିବା କଷ୍ଟକର ହୋଇପଡିଛି। ଗ୍ରାମରେ ମଦ ବ୍ୟବସାୟୀମାନେ ଚୋରା ରେ ମଦ ବିକ୍ରି କରିବା ସହ ବିଭିନ୍ନ ଧମକ ଚମକ ଦେଉଛନ୍ତି। ତେଣୁ ତୁରନ୍ତ ଏହାକୁ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି।