ଭୁବନେଶ୍ୱର- ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟର ଦ୍ୱିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ କିଟ୍-କ୍ୟମ୍ପସ ଠାରେ ଅନୁÂିତ ହୋଇଯାଇଛି । ଟ୍ରଷ୍ଟର ପ୍ରତିÂାତା ଦିଲ୍ଲୀପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁÂିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ତଥା କିଟ୍ ଓ କିସ୍ର ପ୍ରତିÂାତା ଅଚୁ୍ୟତ ସାମନ୍ତ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ସମମ୍ମାନିତ ଅତିଥି ଭାବେ ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ସନ୍ତୋଷ କୁମାର ମହାନ୍ତି ଯୋଗଦେଇ କହିଥିଲେ ଯେ, କାହାରି କଥାକୁ ଭ୍ରୁକ୍ଷେପ ନ କରି କାର୍ଯ୍ୟ କରି ଚାଲ । ମୁଖ୍ୟ ବକ୍ତା ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଯୋଗଦେଇ ଲୋକଙ୍କୁ ସେବା ଯେଗାଇ ଦେବାରେ ଟ୍ରଷ୍ଟର ପଦକ୍ଷେପକୁ ସ୍ୱାଗତ କରିବା ସହିତ ଉଦ୍ୟମ ଟ୍ରଷ୍ଟର କାର୍ଯ୍ୟଶୈଳୀକୁ ଆଜିର ଯୁବପିଢିମାନେ ଆପଣାଇବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।
ଅବସରରେ ୪ଜଣ ଭିନ୍ନକ୍ଷମଙ୍କୁ ୪ଟି ହ୍ୱିଲ୍ ଚେୟାର, ୪ଜଣ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ୪ଟି ସିଲେଇ ମେସିନ୍, ୨୨ଜଣ ଛୋଟା ଭିନ୍ନକ୍ଷମ ଲୋକଙ୍କୁ ୨୨ଟି ଆଶାବାଡ଼ି, ୨୨ଜଣ ଅନ୍ଧ ବ୍ୟକ୍ତିଙ୍କୁ ୨୨ଟି ବ୍ଲାଇଣ୍ଡି ଷ୍ଟିକ୍ ଓ ଦୁଇଜଣ ରୋଗୀଙ୍କୁ ୨୭ ହଜାର ଟଙ୍କା ଟ୍ରଷ୍ଟ ତରଫରୁ ପ୍ରଦାନ କରାଯାଇଥିବା ବେଳେ ୧୭ଜଣ ଅସହାୟ ବ୍ୟକ୍ତିଙ୍କୁ କମ୍ବଳ ବଂଟନ କରାଯାଇଥିଲା । ପରିଶେଷରେ ବିଭିନ୍ନ ଅନୁÂାନମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।