ସମ୍ବଲପୁର, ୨୦୨୪ ନିର୍ବାଚନୀ ହାଓ୍ବା ବହିବା ଦିନରୁ ସମ୍ବଲପୁର ଆସନ ପାଇଁ ଜିଲ୍ଲା ବିଜେଡି ପକ୍ଷରୁ ବହୁ ଆଶାୟୀଙ୍କ ଭିଡ଼ ମୁଣ୍ଡ ଟେକିଥିଲା । ଯାହାର ସମାଧାନ ପାଇଁ ଦଳର ସୁପ୍ରିମୋଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟି ଥିଲା । ଦଳର ସଙ୍ଗଠନ ଦାୟୀତ୍ବ ତୁଲାଉଥିବା ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସଙ୍କ ଠାରୁ ଆରମ୍ଭ କରି ଯୁବ ସଙ୍ଗଠକ ସଞ୍ଜିତ୍ ମହାନ୍ତି, ବିଧାୟକ ରୋହିତ ପୂଜାରୀ, ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ସମେତ ପ୍ରାୟ ୮ଜଣ ସମ୍ବଲପୁର ଆସନ ପାଇଁ ନିଜ ନିଜ ସମର୍ଥକଙ୍କ ପକ୍ଷରୁ ଦାବି ଉଠାଇଥିଲେ । ଦଳର ସୁପ୍ରିମୋ ଏଭଳି ଜଟିଳତାକୁ ଦେଖି ଅତି ଚତୁରତାର ସହ କୈାଣସି ଆଲୋଚନାରେ ନଥିବା ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଘୋଷଣା କରି ସମସ୍ତ କଳ୍ପନାର ଅନ୍ତ କରିଥିଲେ । ସମ୍ବଲପୁର ଆସନରୁ ପ୍ରାର୍ଥୀ ହେବା ଆଶାୟୀଙ୍କ ମନୋଭାବକୁ ପଢିବାରେ ବିଳମ୍ବ ନକରି ପ୍ରସନ୍ନ ନିଜ ନିର୍ବାଚନୀ ଫଳାଫଳ ଜାଣିପାରି ନିଜ ପ୍ରାର୍ଥୀତ୍ବ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଦଳର ସୁପ୍ରିମୋଙ୍କୁ ମଧ୍ୟ ଭେଟିଥିଲେ । ବିଳମ୍ବରେ ହେଲେ ମଧ୍ୟ ଏବେ ଦଳ ପ୍ରସନ୍ନଙ୍କୁ ରେଢାଖୋଲ ଓ ରୋହିତ ପୂଜାରୀଙ୍କୁ ସମ୍ବଲପୁର ଆସନରୁ ପ୍ରାର୍ଥୀ ଭାବେ ବଦଳାଇବାକୁ ବାଧ୍ୟ ହୋଇଛନ୍ତି । ସମ୍ବଲପୁର ଆସନ ପାଇଁ ବିଜେଡ଼ି କୈାଣସି ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ଯଦି ପ୍ରଥମରୁ ରୋହିତଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥାଆନ୍ତା ତେବେ ସେ ଅସନ୍ତୋଷ ଠାରୁ ବର୍ତ୍ତମାନର ସ୍ଥିତାବସ୍ଥା କେତେ ଠିକ୍ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇପାରିବ । ସେହିପରି ରେଢ଼ାଖୋଲ ଆସନରେ ପ୍ରସନ୍ନଙ୍କ ପାଇଁ ଆଗଭଳି ସୁବିଧା ଓ ସମର୍ଥନ ମିଳିବା ପରିସ୍ଥିତିରେ ବାଧକ ସାଜିବାକୁ ଯାଉଛନ୍ତି ବିଜେପି ଓ କଂଗ୍ରେସ ପ୍ରାର୍ଥୀ । ଏବେ ଗୋଟିଏ ପଟେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବୃଦ୍ଧି ଓ ଅପରପକ୍ଷେ ଦଳୀୟ ଅନ୍ତଃକନ୍ଦଳ ସଂପ୍ରତି ୨୦୨୪ ନିର୍ବାଚନ ବିଜେଡିକୁ କି ଶ୍ରେୟ ଦେବ ତାହା ଏବେଠାରୁ ଆକଳନ କରିବା କଷ୍ଟକର ହୋଇପଡ଼ିଛି ।
Related Stories
November 21, 2024
November 21, 2024