ପଟ୍ଟାମୁଣ୍ଡାଇ,ତାଲୁକା ଆଇନ ସମିତି ତରଫରୁ, ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ତାଲୁକା ଆଇନ ସେବା ସମିତି ଅଧକ୍ଷା ତଥା ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟର ସିନିୟର ଜଜ୍ ଶ୍ରୀମତୀ ସୁଶ୍ରୀ ସଗୀତା ମଲିକଙ୍କ ଅଧ୍ୟକ୍ଷତାରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ଜଜ ସମୀକ୍ଷା ମହାନ୍ତି ଓ ଜଜ୍ ମୋନାଲିସା ପ୍ରଧାନ ଯୋଗଦେଇ ସିଆରପିସି ଧାରାରେ ଥିବା ଏଫଆଇ ଆରର,ବେଲ,ସମନ,ୱାରେଣ୍ଟ,ଲିଗାଲ ରାଇଟ ଏବଂ ଅପିଲ ବିଷୟରେ ଆଲୋଚନା କରାଯାଇଥିଲ । ଆଇନୀଜୀବି ତଥା ପଟ୍ଟାମୁଣ୍ଡାଇ ବାରର ଉପସଭାପତି ସୁରେଶ କୁମାର ନରେନ୍ଦ୍ର ସ୍ୱାଗତ ଭାଷଣ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟ୍ୟରେ ବରିଷ୍ଟ ଆଇନଜୀବି ଭିମସେନ ପ୍ରଧାନ,ଭବାନି ଶଙ୍କର ପଣ୍ଡା,ପିଏଲଭି ପ୍ରଫୁଲ୍ଲ କୁମାର ଦାସ,ଆଇନଜୀବି ଧୀରେନ୍ଦ୍ର ନାଥ ସାହୁ,ବିଦ୍ୟାଧର ଦାସ ଉପସ୍ଥିତ ଥିଲେ । ଶେଷରେ ଜୀତେନ୍ଦ୍ର ନନ୍ଦୀ ଧନ୍ୟବାଦ ଦେଇଥିଲେ ।
Related Stories
October 10, 2024