ଭୁବନେଶ୍ୱର – ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଗତକାଲି ରାତିରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଯେଭଳି ମରଣାନ୍ତକ ଆକ୍ରମଣ କରାଯାଇଛି ତାହାକୁ ଅଲ୍ ଇଣ୍ଡିଆ ଡେ଼ମୋକ୍ରାଟିକ ଷ୍ଟୁଡେ଼ଂଟସ ଅର୍ଗାନାଇଜେସନ ଭୁବନେଶ୍ୱର ସିଟି କମିଟି ତରଫରୁ ଦୃଢ ନିନ୍ଦା କରାଯିବା ସହିତ ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଦେଶବ୍ୟାପୀ ଚାଲିଥିବା ସି.ଏ.ଏ ଏବଂ ଏନ୍.ଆର.ସି. ବିରୋଧୀ ଆନେ୍ଦାଳନକୁ ଦବାଇ ଦେଇ ଗଣତନ୍ତ୍ରର କଣ୍ଠରୋଧ କରିବା ପାଇଁ ଏହି ଆକ୍ରମଣ କରାଯାଇଛି ବୋଲି ଏ.ଆଇ.ଡ଼ି.ଏସ୍.ଓ. ତରଫରୁ କୁହାଯାଇଛି ।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଅନୁÂିତ ଆଜିର ଏହି ପ୍ରତିବାଦ ସଭାରେ କମ୍ରେଡ଼ ସ୍ୱସ୍ତି ସଙ୍ଗୀତା ଦଳାଇ, ସପ୍ତର୍ଷିନୀ ରାଉଳ, ପଲ୍ଲୀ ମଲ୍ଲିକ, ରେଖା ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ଥିଲେ ।