
ଭୁବନେଶ୍ୱର- ଦିଲ୍ଲୀସ୍ଥିତ ଜବାହାର ଲାଲ୍ ନେହେରୁ ୟୁନିଭର୍ସିଟି ରେ ଛାତ୍ରମାନଙ୍କ ଉପରେ ବର୍ବର ଆକ୍ରମଣକୁ ତୀବ୍ର ନିନ୍ଦା କରିଛି କଂଗ୍ରେସ । ଏହା ସରକାରୀ ପ୍ରାୟାଜିତ ଆକ୍ରମଣ ବୋଲି କଂଗ୍ରେସ ଅଭିଯୋଗକରିବା ସହ ଏଥିପାଇଁ ଆର୍ଏସ୍ଏସ୍ ଓ ବିଜେପିକୁ ଦାୟୀ କରିଛି । ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁÂାନ ସହ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବାକୁ କଂଗ୍ରେସ ଦାବି କରିଛି ।
ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ଡଃ ଦେବାଶିଷ ପଟ୍ଟନାୟକ ଓ ଜିନେଶ ଦାସ କହିଛନ୍ତି ଯେ ଜେ.ଏନ୍.ୟୁ ଘଟଣା ସାରା ଦେଶର ଛାତ୍ର ସମାଜ ପାଇଁ ଏକ ଆହ୍ୱାନ । ଜାମିଆ – ଇସ୍ଲାମିଆ ଏବଂ ଜେ.ଏନ୍.ୟୁ ଘଟଣା ସୂଚାଇ ଦେଉଛି ଯେ ଭାରତୀୟ ଗଣତନ୍ତ୍ର ଘୋର ବିପଦରେ । ଦଳମତ ନିର୍ବିଶେଷରେ ଶିକ୍ଷା ଓ ଶିକ୍ଷାନୁÂାନ ଓ ସର୍ବୋପରି ଛାତ୍ର ସମାଜ ପ୍ରତି ଆକ୍ରମଣ ନିନ୍ଦନୀୟ । ଦେଶର ଓ ରାଜ୍ୟର ସୁରକ୍ଷା ପାଇଁ ଛାତ୍ର ସମାଜ ଆଗକୁ ଆସି ଏହାକୁ ବିରୋଧ କରିବା ପାଇଁ ସେ ନିବେଦନ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO