ଭୁବନେଶ୍ଵର, କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିଛି ତାତି । ୪୦ ଡ଼ିଗ୍ରୀ ମୁହାଁ ହୋଇଛି ପାରଦ । ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୩୪ ଡ଼ିଗ୍ରୀ ଉପରେ ରହିଛି । ଭୁବନେଶ୍ଵରରେ ସର୍ବାଧିକ ୩୯.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।
ସେହିପରି ଚାନ୍ଦବାଲିରେ ୩୯.୨ ଡ଼ିଗ୍ରୀ, ଝାରସୁଗୁଡ଼ାରେ ୩୮.୮ ଡ଼ିଗ୍ରୀ, ରାଉରକେଲାରେ ୩୭.୮ ଡ଼ିଗ୍ରୀ, କେନ୍ଦୁଝରରେ ୩୭.୪ ଡ଼ିଗ୍ରୀ, ସମ୍ବଲପୁରରେ ୩୭.୨ ଡ଼ିଗ୍ରୀ, ହୀରାକୁଦରେ ୩୭.୨ ଡ଼ିଗ୍ରୀ, ବାଲେଶ୍ଵରରେ ୩୭ ଡ଼ିଗ୍ରୀ, ପାରାଦୀପରେ ୩୫.୫ ଡ଼ିଗ୍ରୀ, ପୁରୀରେ ୩୪.୬ ଡ଼ିଗ୍ରୀ ଏବଂ ଗୋପାଳପୁରରେ ୩୪.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।