
ପୁରୀ, ଅଣହିନ୍ଦୁ ଚିହ୍ନଟ ପାଇଁ ଶ୍ରୀମନ୍ଦିର ସିଂହଦ୍ଵାରରେ ଆଜି ଠାରୁ ପ୍ରତିହାରୀ ସେବକଙ୍କୁ ନିୟୋଜିତ କରାଯାଇଛି । ଏମାନେ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଉପରେ ନଜର ରଖିବେ । ସକାଳେ ଦ୍ଵାର ଫିଟା ଠାରୁ ରାତିରେ ସିଂହଦ୍ଵାର ବନ୍ଦ ହେବା ପର୍ଯ୍ୟନ୍ତ ଦୁଇ ଜଣ ପ୍ରତିହାରୀ ସେବକ ସିଂହଦ୍ଵାରରେ ଜଗି ରହିବେ । ପ୍ରତିହାରୀ ନିଯୋଗର ପ୍ରତ୍ୟେକ୍ଷ ତତ୍ଵାବଧାନରେ ପ୍ରତିହାରୀ ସେବକ ଏହି ସେବା ଯୋଗାଇଦେବେ । ପରବର୍ତି ସମୟରେ ଶ୍ରୀମନ୍ଦିର ପ୍ରଶାସନର ଅନୁମତି କ୍ରମେ ଅଧିକ ସିଂହଦ୍ଵାର ପାଳିଆ ପର୍ଯ୍ୟାୟ କ୍ରମେ ନିୟୋଜିତ ହେବେ ।
ଏଠାରେ ଉଲ୍ଲେଖଯୋଗ୍ୟ, ସୁରକ୍ଷା ବ୍ୟବସ୍ଥା ଢିଲା କାରଣରୁ ଅନେକ ସମୟରେ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରୁଥିଲେ । ଯାହାକୁ ନେଇ ସମସ୍ୟା ସୃଷ୍ଟି ହେଉଥିଲା । ଏହାର ନିରାକରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି ।