ଡେହରାଡୁନ, ଉତରାଖଣ୍ଡରେ ଏବେ ପୁଣି ପାଗ ଖରାପ ରହିବାର ସମ୍ଭାବନା ରହିଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ଡେହରାଡୁନ ଅପ୍ରେଲ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପବନ ସାଙ୍ଗକୁ କୁଆପଥର ବୃଷ୍ଟି ଏବଂ ବିଜୁଳି ଘଡ଼ଘଡ଼ି ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । କେତେକ ସମତଳ ଅଂଚଳ ସହିତ ପାର୍ବତ୍ୟାଚଂଳରେ ୪୦ରୁ ୫୦ କି.ମି. ବେଗରେ ପବନ ବହିବ । ୪୦୦୦ ମିଟରରୁ ଅଧିକ ଉଚ୍ଚରେ ଥିବା ଅଂଚଳରେ ହାଲୁକା ବରଫପାତ ହେବାର ସମ୍ଭାବନା ରହିଛି ।
ରବିବାର ପାଗର ମିଜାଜ ବଦଳିବା ଫଳରେ ଲୋକଙ୍କୁ ଗରମରୁ ତ୍ରାହି ମିଳିଛି । ୧୫ ଅପ୍ରେଲ ପର୍ଯ୍ୟନ୍ତ ପବନ ଯୋଗୁଁ ଗରମରୁ ଆଶ୍ଵସ୍ତି ମିଳିବାର ସମ୍ଭାବନା ରହିଛି । ହାଲୁକା ବର୍ଷା ଫଳରେ ପାଗରେ ମଧ୍ୟ ପରିବର୍ତନ ଆସିଛି ।