-
ସଂକଳ୍ପ ପତ୍ର ଏନଡିଏ ସରକାରର ଉପଲବ୍ଧି ସହ ୨୦୪୭ ସୁଦ୍ଧା ବିକଶିତ ଭାରତର ନିର୍ମାଣର ଦୃଷ୍ଟିକୋଣ ପ୍ରସ୍ତୁତ କରୁଛି – ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରବିବାର ଦିନ ବିଜେପିର କେନ୍ଦ୍ରୀୟ କାର୍ଯ୍ୟାଳୟ ବିସ୍ତାରରେ ୨୦୨୪ ଲୋକସଭା ନିର୍ବାଚନ ପାଇ ବିଜେପିର ସଂକଳ୍ପ ପତ୍ର “ବିଜେପିର ସଂକଳ୍ପ – ମୋଦୀଙ୍କ ଗ୍ୟାରେଂଟି -୨୦୨୪ “ର ଲୋକାର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ ମଂଚ ଉପରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ରୀୟ ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପି ମେନିଫେଷ୍ଟୋ କମିଟିର ଅଧ୍ୟକ୍ଷ ରାଜନାଥ ସିଂହ, କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ସହ କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ଓ ବିଜେପି ମେନିଫେଷ୍ଟୋ କମିଟିର ସଂଯୋଜକ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ । ଏହି ଅବସରରେ ପାର୍ଟିର ସମସ୍ତ ବରିଷ୍ଠ ନେତା ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଅଲଗା ଅଲା ବର୍ଗ ଓ କ୍ଷେତ୍ରର ଲାଭାର୍ଥୀ ମାନଙ୍କୁ ମଂଚ ଉପରକୁ ଡାକି ସେମାନଙ୍କୁ ସଂକଳ୍ପ ପତ୍ରକ ପ୍ରଥମ କପି ପ୍ରଦାନ କରିଥିଲେ । ଏମାନେ ହେଉଛନ୍ତି ସେହି ଲାଭାର୍ଥୀ ଯେଉଁ ମାନଙ୍କୁ ମୋଦୀ ସରକାରଙ୍କ କୌଣସି ନ କୌଣସି ଯୋଜନାର ଲାଭ ମିଳିଛି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଗତ ଦଶ ବର୍ଷର ପ୍ରତିଶ୍ରୁତି ଓ ସେଗୁଡିକୁ ପୂରା କରାଯିବା ଉପରେ ଏକ ଭିଡିଓ ମଧ୍ୟୟ ଜାରୀ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାବା ସାହେବ ଆମ୍ବେଡକରଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ କରି ତାଙ୍କୁ ନମନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଜି ଏକ ଖୁବ ଶୁଭ ଦିନ । ଦେଶର ଅନେକ ରାଜ୍ୟରେ ଆଜି ନବ ବର୍ଷର ଉତ୍ସାହ ରହିଛି । ବଙ୍ଗରେ ବୈଶାଖ, ଆସାମରେ ବିହୁ. ଓଡିଶାରେ ପଣା ସଂକ୍ରାନ୍ତି, କେରଳରେ ବିଶୁ, ତାମିଲନାଡୁରେ ନବ ବର୍ଷ ପୁଥାଣ୍ଡୁ , ସବୁ ଆଡେ ହର୍ଷର ବାତାବରଣ ରହିଛି । ନବ ରାତ୍ରୀର ଷଷ୍ଠ ଦିନ ଆମେ ସମସ୍ତେ ମା କାତ୍ୟାୟନୀଙ୍କୁ ପୂଜା କରିଥାଉ । ମାଁ କାତ୍ୟାୟନୀ ନିଜର ଉଭୟ ବାହୁରେ କମଳ ଧାରଣ କରିଛନ୍ତି । ଏହି ସଂଯୋଗ ହିଁ ଖୁବ ବଡ ଆଶୀର୍ବାଦ । ଆଜି ବାବା ସାହେବଙ୍କ ଜୟନ୍ତୀ ମଧ୍ୟ ଅଛି ।
ଶ୍ରୀ ମୋଦୀ ନିଜର ଉଦବୋଧନରେ ଭାରତୀୟ ଜନତା ପାର୍ଟି ଉପରେ ଅପ୍ରତିମ ବିଶ୍ୱାସ ରଖି ନିଜର ମୂଲ୍ୟବାନ ପରାମର୍ଶ ଦେବା ସହ ସଂକଳ୍ପ ପତ୍ର ପ୍ରସ୍ତୁତ କରିବାରେ ନିଜର ସକ୍ରିୟ ଭାଗିଦାରୀ ନିର୍ବାହ କରିଥିବା ସାରା ଦେଶର ଲକ୍ଷ ଲକ୍ଷ ନାଗରିକ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଆଜି ଭାରତୀୟ ଜନତା ପାର୍ଟି ବିକଶିତ ଭାରତ ସଂକଳ୍ପ ପତ୍ରକୁ ସମ୍ପୂର୍ଣ ଦେଶ ସାମନାରେ ରଖିଛି । ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ମେନିଫୋଷ୍ଟୋ କମିଟିର ସଭାପତି ଶ୍ରୀ ରାଜନାଥ ସିଂହ ଓ ତାଙ୍କର ଟିମ ସହିତ ଆଠ ଲକ୍ଷ ପରାମର୍ଶ ପଠାଇ ଥିବା ଦେଶର ନାଗରିକ ମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସମ୍ପୂର୍ଣ ଦେଶ ବିଜେପିର ସଂକଳ୍ପ ପତ୍ରର ପ୍ରତୀକ୍ଷା କରିଥାଏ କାରଣ ବିଜେପି ଗତ ୧୦ ବର୍ଷରେ ନିଜର ସଂକଳ୍ପ ପତ୍ରର ପ୍ରତ୍ୟେକ ବିନ୍ଦୁକୁ ଗ୍ୟାରେଂଟି ରୂପେ ତୃଣମୂଳ ସ୍ତରରେ କ୍ରିୟାନ୍ୱୟନ କରିଛି ଓ ଘୋଷଣା ପତ୍ରର ଶୁଚିତାକୁ ପୁନଃ ସ୍ଥାପିତ କରିଛି । ଏହି ସଂକଳ୍ପ ପତ୍ର ବିକଶିତ ଭାରତର ଚାରି ମଜବୁତ ସ୍ତମ୍ଭ ଗରୀବ, ଯୁବ, ଶକ୍ତି , ଅନ୍ନଦାତା ଓ ନାରୀ ଶକ୍ତିକୁ ଶକ୍ତିଶାଳୀ କରେ । ଡିଗ୍ନିଟି ଅଫ ଲାଇଫ, ଡିଗ୍ନିଟି ଅଫ କ୍ୱାଲିଟି ଓ ପୁଂଜି ବିନିଯୋଗ ଓ ରୋଜଗାର ଉପରେ ବିଜେପି ସରକାରଙ୍କ ଧ୍ୟାନ ରହିଛି . ଏହି ସଂକଳ୍ପ ପତ୍ରରେ କ୍ୱାଂଟିଟି ଅଫ ଅପର୍ଚୁନିଟି ଓ କ୍ୱାଲିଟି ଅଫ ଅପର୍ଚୁନିଟି ଉଭୟ ଉପରେ ଜୋର ଦିଆଯାଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ପଟେ ବିଜେପି ସରକାର ଭିତ୍ତିଭୂମି ନିର୍ମାଣ ମାଧ୍ୟମରେ ବିପୁଳ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି କରିବା ସଂପର୍କରେ ଆଲୋଚନା କରିଥିବା ବେଳେ ଏବେ ଅନ୍ୟପଟେ ବିଜେପି ଷ୍ଟାର୍ଟଅପ ଓ ବିଶ୍ୱସ୍ତରୀୟ କେନ୍ଦ୍ରକୁ ପ୍ରୋତ୍ସାହିତ କରି ଉଚ୍ଚ ମୂଲ୍ୟର ସେବା ଉପରେ ବି ଗୁରୁତ୍ୱ ଦେବାକୁ ଯାଉଛି । ବିଜେପିର ଏହି ସଂକଳ୍ପପତ୍ରରେ ଯୁବ ଭାରତର ଯୁବ ଆକାଂକ୍ଷାର ବି ପ୍ରତିବିମ୍ବ ରହିଛି । ବିଜେପି ସରକାର ଗତ ୧୦ ବର୍ଷରେ ୨୫ କୋଟି ଲୋକଙ୍କୁ ଦାରିଦ୍ରତାରୁ ବାହାରକୁ କରି ଏହା ପ୍ରମାଣିତ କରିଛି ଯେ, ବିଜେପି ସରକାର ଫଳାଫଳ ଆଣିଥାଏ କିନ୍ତୁ ଏଠାରେ କାମ ରୋକିନଥାଏ କାରଣ ଯେଉଁ ଲୋକେ ଦାରିଦ୍ରତାରୁ ବାହାରିଥାନ୍ତି ସେମାନଙ୍କୁ ଦୀର୍ଘ ସମୟ ଯାଏ ସମ୍ବଳର ଆବଶ୍ୟକତା ଥାଏ, କାରଣ ଦାରିଦ୍ରତାରୁ ବାହାରିଥିବା ବ୍ୟକ୍ତିକୁ ଏକ ଛୋଟ ଅସୁବିଧା ଦାରିଦ୍ର୍ୟତା ମଧ୍ୟକୁ ଠେଲି ଦେଇଥାଏ । ଏହି ଚିନ୍ତାଧାରା ସହିତ ବିଜେପି ଗରିବ କଲ୍ୟାଣର ଅନେକ ଯୋଜନାକୁ ବିସ୍ତାର କରିବାର ସଂକଳ୍ପ ନେଇଛି ।
ମୋଦିଙ୍କ ଗ୍ୟାରେଂଟି ହେଉଛି, ମାଗଣା ରାସନର ଯୋଜନା ଆଗାମୀ ୫ବର୍ଷ ଯାଏ ଜାରି ରଖିବା । ବିଜେପି ସରକାର ଏହା ସୁନିଶ୍ଚିତ କରିବ ଯେ, ଗରିବଙ୍କ ଭୋଜନ ଥାଳି ପୋଷଣଯୁକ୍ତ ଓ ଶସ୍ତା ହେବା ସହିତ ମନକୁ ସନ୍ତୋଷ ଦେଇଥିବା ଭଳି ହେଉ, ଯାହାଦ୍ୱାରା ଗରିବଙ୍କ ପେଟ ବି ଭରିବ, ମନ ବି ପୂରିବ ଏବଂ ପକେଟ ବି ଭରି ରହିବ । ମୋଦିଙ୍କ ଗ୍ୟାରେଂଟି ହେଉଛି ସମସ୍ତ ଜନଔଷଧୀ କେନ୍ଦ୍ରରେ ୮୦ ପ୍ରତିଶତ ରିହାତି ସହିତ ଶସ୍ତାରେ ଔଷଧ ମିଳୁଥିବ ଏବଂ ଜନଔଷଧୀ କେନ୍ଦ୍ରର ବିସ୍ତାର ବି କରାଯିବ । ମୋଦି ଗ୍ୟାରେଂଟି ହେଉଛି ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୫ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସେବା ମିଳୁଥିବ । ମୋଦି ଗ୍ୟାରେଂଟିର ଏହି କ୍ରମରେ ବିଜେପି ୭୦ ବର୍ଷ ବୟସର ପ୍ରତି ବୟସ୍କଙ୍କୁ ଆୟୁଷ୍ମାନ ଯୋଜନାରେ ଆଣିବାକୁ ବଡ ନିଷ୍ପତ୍ତି ନେଇଛି । ୭୦ବର୍ଷର ପ୍ରତି ବୟସ୍କ ଗରିବ ହେଉ କି ମଧ୍ୟମ ବର୍ଗ ହେଉ କିମ୍ବା ଉଚ୍ଚ ମଧ୍ୟମବର୍ଗର ସମସ୍ତଙ୍କୁ ଆମ ସରକାର ୫ଲକ୍ଷ ଯାଏ ନିଶୁଳ୍କ ସ୍ୱାସ୍ଥ୍ୟସେବା ଦେବ ।
ଶ୍ରୀ ମୋଦି କହିଛନ୍ତି ଯେ, ବିଜେପି ସରକାର ଏବେ ଯାଏ ଗରିବଙ୍କୁ ୪କୋଟି ପକ୍କା ଘର ନିର୍ମାଣ କରି ଦେଇଛି ଏବଂ ଏହି ଯୋଜନାର ବିସ୍ତାର କରି ବିଜେପି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୩ କୋଟି ପକ୍କର ଘର ନିର୍ମାଣ ପାଇଁ ସଂକଳ୍ପ ନେଇଛି । ଏବେ ଯାଏ ବିଜେପି ସରକାର ଶସ୍ତା ସିଲିଣ୍ଡର ଘରେ ଘରେ ପଂହଚାଇଛି କିନ୍ତୁ ଏବେ ବିଜେପି ଘରେ ଘରେ ପାଇପ ଯୋଗେ ଶସ୍ତା ରୋଷେଇ ଗ୍ୟାସ ପଂହଚାଇବାର କାମ ବି ଦ୍ରୁତଗତିରେ ପୂରଣ କରିବ । ବିଜେପି ସରକାର କୋଟି କୋଟି ଗରିବ ପରିବାରକୁ ମାଗଣା ବିଜୁଳି ସଂଯୋଗ ଦେଇଛି ଏବଂ ଏବେ ବିଜେପି ସରକାର କୋଟି କୋଟି ପରିବାରକୁ ବିଜୁଳି ବିଲ୍ ଶୂନ୍ୟ କରିବା ଏବଂ ବିଜୁଳିରୁ ରୋଜଗାର ସୃଷ୍ଟି କରିବା ଦିଗରେ କାମ କରୁଛି । ଏହାକୁ ନେଇ ପିଏମ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଲାଗୁ କରାଯାଇଛି ଏବଂ ୧ କୋଟି ଲୋକେ ଏହି ଯୋଜନା ଅଧୀନରେ ପଂଜିକରଣ କରିସାରିଲେଣି । ବିଜେପିର ସଂକଳ୍ପ ହେଉଛି ଯେ, ଏହି ଯୋଜନା ଉପରେ ଅଧିକ ଦ୍ରୁତ ଗତିରେ କାମ କରାଯିବ କାରଣ ଏହାଦ୍ୱାରା ଘରକୁ ବିଜୁଳି ମାଗଣା ମିଳିବା ସହିତ ଅତିରିକ୍ତ ବିଜୁଳି ବିକ୍ରି କରି ରୋଜଗାର ସହିତ ଏହାକୁ ଇଲେକ୍ଟ୍ରି ଯାନରେ ବ୍ୟବହାର କରି ଲୋକଙ୍କ ଟ୍ରାନ୍ସପୋର୍ଟେସନ ଖର୍ଚ୍ଚ ବି ହ୍ରାସ ପାଇବ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରୁ ମିଳୁଥିବା ଲାଭ କାରଣରୁ ଗତବର୍ଷରେ କୋଟି କୋଟି ଲୋକେ ଉଦ୍ୟମୀ ହୋଇପାରିଛନ୍ତି । ଏହି ଯୋଜନାରୁ କୋଟି କୋଟି ରୋଜଗାର ସୃଷ୍ଟି ହୋଇଛି ଏବଂ ଲକ୍ଷ ଲକ୍ଷ ଲୋକେ ରୋଜଗାର ସୃଷ୍ଟକ ହୋଇପାରିଛନ୍ତି । ଯୋଜନାର ଏହି ସଫଳତାକୁ ଦେଖି ବିଜେପି ସଂକଳ୍ପ ନେଇଛି ଯେ, ଏବେ ମୁଦ୍ରା ଯୋଜନା ଅଧୀନରେ ଋଣ ସୀମାକୁ ୧୦ଲକ୍ଷ ଟଙ୍କାରୁ ବୃଦ୍ଧିକରି ୨୦ଲକ୍ଷ ଟଙ୍କା କରାଯିବ । ବିଜେପିର ଏହି ନିଷ୍ପତ୍ତିରୁ ଉଦ୍ୟୋଗ ୪.୦ର ଆବଶ୍ୟକତା ପୂରଣ ହେବ ଏବଂ ଯୁବକଙ୍କୁ ନୂଆ ଶକ୍ତି ମିଳିବ । ଏହି ଯୋଜନା ସହରୀ ଓ ଗ୍ରାମାଂଚଳ ଉଭୟ କ୍ଷେତ୍ରର ଯୁବକଙ୍କୁ ନିଜ ଆଗ୍ରହର କାମ କରିବା ପାଇଁ ଅଧିକ ଧନରାଶି ଓ ଅଧିକ ସଂଶାଧନ ଯୋଗାଇବ । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ସ୍ୱାଧୀନତା ପରେ ପ୍ରଥମ ଥର ରାସ୍ତାଘାଟ ବିକ୍ରେତା, ଗଳି ବିକ୍ରେତା ଏବଂ ଠେଲାବାଲାଙ୍କ ସମ୍ମାନକୁ ରକ୍ଷା କରି ସେମାନଙ୍କୁ ସୁଧ ଭାରରୁ ମୁକ୍ତ କରାଯାଇଛି । ଆଜି ଏହି ଲୋକଙ୍କୁ ବ୍ୟାଙ୍କରେ ବିନା କୌଣସି ଗ୍ୟାରେଂଟି ଦେଇ ଋଣ ମିଳୁଛି କାରଣ ମୋଦି ଏହି ଗ୍ୟାରେଂଟି ନେଇଛନ୍ତି । ଏହି ଯୋଜନାର ଋଣସୀମାକୁ ୫୦ହଜାର ଟଙ୍କାକୁ ବୃଦ୍ଧି କରାଯିବ ଏବଂ ଏହାକୁ ଗ୍ରାମାଂଚଳରେ ବି ପହଂଚାଯିବ । ଯେଉଁମାନଙ୍କୁ କେହି ପଚାରୁନଥିଲେ, ମୋଦି ସେମାନଙ୍କୁ ପୂଜା କରୁଛି । ଏହା ସବକା ସାଥ, ସବକା ବିକାଶର ଭାବ ଅଟେ ଏବଂ ଏହା ବିଜେପିର ସଂକଳ୍ପ ପତ୍ରର ଆତ୍ମା ଅଟେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦିବ୍ୟାଙ୍ଗଜନଙ୍କୁ ପ୍ରାଥମିକାତା ଦିଆଯିବ । ସେମାନଙ୍କ ବିଶେଷ ଆବଶ୍ୟକତା ଅନୁସାରେ ସେମାନଙ୍କୁ ବିଶେଷ ଆବାସ ସୁନିଶ୍ଚିତ କରାଯିବ । ବିଜେପି ଟ୍ରାନ୍ସଜେଣ୍ଡରଙ୍କୁ ପରିଚୟ-ପ୍ରତିଷ୍ଠା ଦେଇଛି ଏବଂ ଏବେ ସେମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଅଣାଯିବ ଯାହାଦ୍ୱାରା ସେମାନଙ୍କୁ ବି ଏହାର ଲାଭ ମିଳିପାରିବ । ନାରୀ କେନ୍ଦ୍ରିକ ବିକାଶ କରି ଭାରତ ଆଜି ପୂରା ବିଶ୍ୱକୁ ଦିଗଦର୍ଶନ କରୁଛି । ଗତ ୧୦ବର୍ଷ ନାରୀ ଗାରିମା ଓ ନାରୀଙ୍କୁ ସୁଯୋଗ ଦେବା ପାଇଁ ସମର୍ପିତ ଥିଲା ଏବଂ ଆଗାମୀ ୫ବର୍ଷ ନାରୀଶକ୍ତିର ନୂଆ ଭାଗିଦାରିତାର ହେବ । ଗତ ୧୦ବର୍ଷରେ ୧୦ କୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଯୋଡି ହୋଇଛନ୍ତି, ବିଜେପି ଏହି ସହାୟତା ଗୋଷ୍ଠୀକୁ ଏବେ ଆଇଟି, ଶିକ୍ଷା, ସ୍ୱାସ୍ଥ୍ୟ, କ୍ଷୁଦ୍ର ଓ ପର୍ଯ୍ୟଟନ ପରି ସେବା ପାଇଁ ଟ୍ରେନିଂ ଦେବ । ଏବେ ସୁଦ୍ଧା ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଛନ୍ତି ଏବଂ ବିଜେପି ଏବେ ୩କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି କରିବ, ଏହା ମୋଦର ଗ୍ୟାରେଂଟି ଅଟେ । ନମୋ ଡ୍ରୋନ ଦିଦି ଯୋଜନାରେ ଗାଁରେ ମହିଳାମାନେ ଡ୍ରୋନ ପାଇଲଟ୍ ହେବେ । ଏହି ଯୋଜନାରୁ ଗ୍ରାମୀଣ ମହିଳାଙ୍କୁ ସମ୍ମାନ ଓ ରୋଜଗାର ବଢିଛି ଏବଂ ଏହି ମହିଳା କ୍ଷେତରେ ଏକ ବହୁତ ବଡ କ୍ରାନ୍ତି ନେଇକରି ଆସିଛନ୍ତି । ଏହି ପ୍ରକାର ମହିଳା ଖେଳାଳିଙ୍କୁ ଖେଳରେ ଆଗକୁ ନେବାରେ ବିଶେଷ ସୁବିଧା ପ୍ରଦାନ କରାଯିବ । ବିଜେପି ମହିଳାଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ଆହୁରି ଉତ୍ତମ କରିବା ପାଇଁ ନିଜ ସଂକଳ୍ପକୁ ପାଳନ କରି ଏବେ ସର୍ଭାଇକାଲ କ୍ୟାନସରରୁ ମୁକ୍ତି ପାଇଁ ଅଭିଯାନ ଚଳାଇବ ।
ଶ୍ରୀ ମୋଦି କହିଛନ୍ତି ଯେ, ବିଜେପି ଗାଁର ପୂରା ଅର୍ଥବ୍ୟବସ୍ଥାକୁ ସଂପୂର୍ଣ୍ଣତାରେ ଦେଖିଥାଏ, ଏଥିପାଇଁ ଚାଷ, ପଶୁପାଳନ ଓ ମତ୍ସ୍ୟପାଳନ ସହିତ ସମସ୍ତ କ୍ଷେତ୍ରର ଲୋକଙ୍କୁ ସଶକ୍ତ କରାଯାଉଛି । ବିଜେପି ପଶୁପାଳକ ଓ ମତ୍ସ୍ୟଜୀବୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ପରିସରରେ ଯୋଡିଛି । ଦେଶର ୧୦କୋଟି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ଲାଭ ମିଳିବା ଜାରି ରହିବ । ବିଜେପି ସରକାର ସହଯୋଗ ମାଧ୍ୟମରେ ସମୃଦ୍ଧିର ଦୂରଦୃଷ୍ଟି ଅନୁସରଣ କରି ଏକ ଜାତୀୟ ସମବାୟ ନୀତି ଆଣିବ ଯେଉଁଥିରେ ସାରା ଦେଶରେ ଦୁଗ୍ଧ ସମବାୟ ସମିତିର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ବିଜେପି ସରକାର ନିକଟରେ ବିଶ୍ୱର ସବୁଠୁ ବଡ ଅନ୍ନ ଭଣ୍ଡାରଣ ଯୋଜନା ଆରମ୍ଭ କରିଛି । ଭାରତକୁ ଗ୍ଲୋବାଲ ନ୍ୟୁଟ୍ରିସନ ହବ କରିବା ପାଇଁ ବିଜେପି ସରକାର ସୁପର ଫୁଡ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଯାଉଛି । ଶ୍ରୀଅନ୍ନ ଉତ୍ପାଦନ କରୁଥିବା ଦୁଇ କୋଟିରୁ ଅଧିକ ଚାଷୀଙ୍କୁ ଡାଲି ଓ ତେଲ ବିହନରେ ଆତ୍ମନିର୍ଭର କରିବା ପାଇଁ ସବୁ ପ୍ରକାରର ସହାୟତା ମିଳିବ । ବିଜେପି ପରିବାର ଉତ୍ପାଦନ ଧ ସଂରକ୍ଷଣ ପାଇଁ ନୂଆ କ୍ଲଷ୍ଟର୍ସ ଗଠନ କରିବ, ମତ୍ସ୍ୟ ପାଳନ କ୍ଷେତ୍ର ପାଇଁ ବି ନୂଆ ଉତ୍ପାଦନ କ୍ଲଷ୍ଟର ତିଆରି କରିବ ଏବଂ ମତ୍ସ୍ୟଜୀବୀଙ୍କୁ ସିବିଡି ଏବଂ ମୋତି ଚାଷ ପାଇଁ ବି ପ୍ରୋତ୍ସାହିତ କରିବ । ଏହା ବ୍ୟତୀତ ପ୍ରାକୃତିକ ଚାଷ ଓ ନ୍ୟୁନୋ ୟୁରିଆର ଅଧିକ ବ୍ୟବହାର ଉପରେ ବି ଗୁରୁତ୍ୱ ଦିଆଯିବ । ବିଜେପି କିଷାନ ସମୃଦ୍ଧି କେନ୍ଦ୍ରକୁ ସଂପ୍ରସାରଣ କରିବା ପାଇଁ ବି ସଂକଳ୍ପ ନେଇଛି । ବିଜେପିର ସଂକଳ୍ପ ଭାରତକୁ ଖାଦ୍ୟ ପ୍ରକ୍ରିୟାକରଣ ହବ କରିବା ଏବଂ ଏହି ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଂଟ ଗ୍ରାମାଂଚଳ ପାଇଁ ନୂଆ ଅଭିବୃଦ୍ଧି ଇଂଜିନ ହେବ ।
ପ୍ରଧାନମନ୍ତ୍ରୀ ଜୀ କହିଛନ୍ତି ଯେ ଭାଜପା ସରକାର ଜନଜାତି ସମାଜର ଗୌରବକୁ ମାନ୍ୟତା ଦେଇ ଦେଶରେ ଜନଜାତୀୟ ଗୌରବ ଦିବସ ପାଳନ ଆରମ୍ଭ କରିଛି ।୨୦୨୫ରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀକୁ ରାଷ୍ଟ୍ରୀୟ ସ୍ତରରେ ପାଳନ କରାଯିବ ଓ ଜନଜାତୀୟ ଗୌରବ ଅଭିଯାନକୁ ରାଷ୍ଟ୍ରବ୍ୟାପୀ କରାଯିବ । ଭାଜପା ଜନଜାତିୟ ଐତିହ୍ୟ ଉପରେ ଅନୁସନ୍ଧାନକୁ ମଧ୍ୟ ପ୍ରୋତ୍ସାହିତ କରିବ , ଡିଜିଟଟାଲ ଜନଜାତୀୟ କଳା ଏକାଡେମୀର ସ୍ଥାପନା କରିବ, ବନ୍ୟଜାତ ଦ୍ରବ୍ୟ ଆଧାରିତ ଷ୍ଟାଟ୍ ଅପ୍ ଏବଂ ସ୍ୱଂୟ ସହାୟକ ଗୋଷ୍ଠୀକୁ ମଧ୍ୟ ପ୍ରେତ୍ସାହନ ଦେବ । ୭୦୦ରୁ ଅଧିକ ଏକଲବ୍ୟ ସ୍କୁଲର ନିର୍ମାଣର ଲକ୍ଷ୍ୟକୁ ପୂରଣ କରିବ । ଭାଜପା ବିକାଶ ଓ ଐତିହ୍ୟର ମନ୍ତ୍ରରେ ବିଶ୍ୱାସ କରେ । ଭାଜପା ସମ୍ପୂର୍ଣ୍ଣ ବିଶ୍ୱରେ ଥିରୁଭଲ୍ଲୁଭର ସାଂସ୍କୃତିକ କେନ୍ଦ୍ରଗୁଡିକର ସ୍ଥାପନା କରିବ । ବିଶ୍ୱର ସବୁଠୁ ପୁରୁଣା ଭାଷା ଓ ଦେଶର ଗୌରବ ତାମିଲ ଭାଷାର ବୈଶିକ ପ୍ରତିଷ୍ଠା ବଢାଇବା ପାଇଁ ଭାଜପା ସବୁ ପ୍ରକାରର ନୂତନ ଉପକ୍ରମ ଆରମ୍ଭ କରିବ । ଭାଜପା ସମ୍ପୂର୍ଣ୍ଣ ବିଶ୍ୱର ପର୍ଯ୍ୟଟକଙ୍କୁ ଦେଶର ଐତିହ୍ୟ ସହ ଯୋଡିବ ଓ ନାଳନ୍ଦା ସମେତ ଦେଶର ଐତିହ୍ୟକୁ ୱାର୍ଲ୍ଡ ହେରିଟେଜ୍ସହ ଯୋଡିବ । ଟୁରିଜିମ୍ ଡେଷ୍ଟିନେସନ୍ ରାଙ୍କିଂ ଆଧାରରେ ପର୍ଯ୍ୟଟନ ସ୍ଥଳୀର ସର୍ବାଙ୍ଗୀନ ବିକାଶ କରାଯିବ । ଭାଜପା ଇକୋ ଟୁରିଜିମ୍ ର ନୂଆ କେନ୍ଦ୍ର ସ୍ଥାପନା କରିବ ।
ଶ୍ରୀ ମୋଦୀ କହିଛନ୍ତି ଯେ ଭାଜପା ୩ ପ୍ରକାରର ଭିତ୍ତିଭୂମିରେ ୨୧ତମ ଶତାବ୍ଦୀର ଭାରତର ଭିତ୍ତିପ୍ରସ୍ତର ମଜବୁତ କରିବାକୁ ଯାଉଛି । ଯେଉଁଥିରେ ସୋସିଆଲ ଇନଫ୍ରାଷ୍ଟ୍ରକଚର, ଡିଜିଟାଲ ଇନଫ୍ରାଷ୍ଟ୍ରକଚର ଓ ଫିଜିକାଲ ଇନଫ୍ରାଷ୍ଟ୍ରକଚର ସାମିଲ ଅଟେ । ଭାଜପା ସୋସିଆଲ ଇନଫ୍ରାଷ୍ଟ୍ରକଚର ପାଇଁ ନୂଆ ନୂଆ ଶିକ୍ଷଣ ସଂସ୍ଥାନ ଏବଂ ବିଶ୍ୱବିଦ୍ୟାଳୟ ସ୍ଥାପନ କରୁଛି ଏବଂ ଦୁର୍ଘଟଣା କମ୍ କରିବା ପାଇଁ ଟ୍ରକ୍ ଡ୍ରାଇଭରମାନଙ୍କ ପାଇଁ ହାଇୱେ ନିକଟରେ ଏକ ବଡ ଇନଫ୍ରାଷ୍ଟ୍ରକଚରର ବିକାଶ କରୁଛି । ଫିଜିକାଲ ଇନଫ୍ରାଷ୍ଟ୍ରକଚର ପାଇଁ ଦେଶରେ ହାଇୱେ, ରେଲୱେ, ୱାଟରୱେ ଏବଂ ଏୟାରୱେଜଗୁଡିକୁ ଆଧୁନିକ କରାଯାଉଛି । ଡିଜିଟାଲ ଇନଫ୍ରାଷ୍ଟ୍ରକଚର ପାଇଁ ୫-ଜି ର ବିସ୍ତାର କରାଯାଉଛି, ୬-ଜି ଉପରେ କାମ କରାଯାଉଛି ଏବଂ ଉଦ୍ୟୋଗ ୪.୦କୁ ଦୃଷ୍ଟିରେ ରଖି ନୀତି ନିର୍ଦ୍ଧାରଣ କରାଯାଉଛି । ସରକାରଙ୍କ ଅଧିକାଂଶ ସେବା ଗୁଡିକୁ ଅନଲାଇନ୍ କରାଯାଉଛି , କମନ୍ ସର୍ଭିସ୍ ସେ ଂଟରର୍ସ ଗୁଡିକର ସଂଖ୍ୟା ବୃଦ୍ଧି କରାଯାଉଛି ତଥା ଓଏନଡିସି ଏବଂ ଟେଲିମେଡିସିନ୍ ର ବିସ୍ତାର କରାଯାଉଛି । ଏହି ତିନୋଟି ଇନଫ୍ରାଷ୍ଟ୍ରକଚର ଗତି ଓ ସ୍କେଲ ଏତେ ଦ୍ରୁତ ବଢିବ ଯେ ଏହାଦ୍ୱାରା ସୁଯୋଗ ମଧ୍ୟ ବଢିବ । ଏହା ଭାଜପାର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଗୋଟିଏ ଅଟେ । ଦେଶର ପୂର୍ବ ସରକାର ଗୁଡିକ ସହରିକରଣକୁ ଚ୍ୟାଲେଞ୍ଜ ଭାବୁଥିଲେ କିନ୍ତୁ ଭାଜପା ତାହାକୁ ସୁଯୋଗ ଭାବେ ଦେଖୁଛି । ଭାଜପା ସରକାର ଦେଶରେ ନୂଆ ନୂଆ ସାଟେଲାଇଟ୍ ଟାଉନ୍ ନିର୍ମାଣ କରିବ ଯାହା ଦେଶକୁ ବିକାଶର ଗ୍ରେଥ୍ ସେ ଂଟର ହେବ । ଦେଶର ଆଭିଏସନ୍ ସେକ୍ଟରର ବିକାଶ ଉପରେ ମଧ୍ୟ ଭାଜପା ସ୍ୱତନ୍ତ୍ର ଧ୍ୟାନ ଦେଉଛି । ଦେଶ ନିକଟରେ ହଜାରେରୁ ଅଧିକ ବିମାନର ଡିଲ୍ କରିଛି, ଏହି ବିମାନ ନିଜ ସହ ରୋଜଗାରର ନୂଆ ସୁଯୋଗ ମଧ୍ୟ ନେଇ ଆସିବ । ଏହି ସେକ୍ଟର ଦେଶର ଛୋଟ ସହରରେ ରହୁଥିବା ଯୁବକମାନଙ୍କ ପାଇଁ ଡ୍ରିମ୍ ସେକ୍ଟର ହେବାକୁ ଯାଉଛି । ଭାଜପା ଦେଶର କୋଣ ଅନୁକୋଣରେ ବନ୍ଦେ ଭାରତ ଟ୍ରେନ୍ ର ବିସ୍ତାର କରିବ ଓ ଦେଶରେ ବନ୍ଦେ ଭାରତରେ ତିନିଟି ମଡେଲ ସଂଚାଳିତ ହେବ – ବନ୍ଦେ ଭାରତ ସ୍ଲିପର, ବନ୍ଦେ ଭାରତ ଚେୟାର କାର ଓ ବନ୍ଦେ ଭାରତ ମେଟ୍ରୋ । ଅହମ୍ମଦାବାଦ – ମୁମ୍ବାଇ ବୁଲେଟ ଟ୍ରେନ୍ ର ନିର୍ମାଣ କାମ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ଭାଜପାର ସଂକଳ୍ପ ହେଉଛି ଆଗାମୀ ଦିନରେ ଭାରତର ୪ ଦିଗରେ ଗୋଟିଏ ଗୋଟିଏ ବୁଲେଟ ଟ୍ରେନ୍ ଚାଲିବ । ଭାଜପାର ସଂକଳ୍ପ ପତ୍ର ଦେଶକୁ ଆତ୍ମନିର୍ଭରତା ଆଡକୁ ନେଇ ଯିବ । ପ୍ରତିରକ୍ଷା, ଖାଦ୍ୟ ତେଲ ଓ ଉର୍ଜ୍ଜା ସହିତ ପ୍ରତ୍ୟେକ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରତା ବୃଦ୍ଧି କରିବା ଭାଜପାର ସଂକଳ୍ପ । ଏହି ଯୋଜନାଗୁଡିକ ଦେଶକୁ ଆତ୍ମନିର୍ଭର କରିବା ସହିତ ଦେଶର ପର୍ଯ୍ୟବରଣର ମଧ୍ୟ ସୁରକ୍ଷା କରିବ । ଏହାଦ୍ୱାରା ଦେଶରେ ବଡ ସଂଖ୍ୟାରେ ସବୁଜ ରୋଜଗାର ସୃଷ୍ଟି ହେବ ।
ପ୍ରଧାନମନ୍ତ୍ରୀ ଜୀ କହିଛନ୍ତି ଯେ ଦେଶରେ ଇଲେକ୍ଟ୍ରିକ୍ ଯାନର ବଜାର ଦୃତ ଗତିରେ ଆଗକୁ ବଢୁଛି । ୧୦ ବର୍ଷ ପୂର୍ବରୁ ଏକ ବର୍ଷରେ ମାତ୍ର ୨୦୦୦ ଇଭି ବିକ୍ରି ହୋଇଥିଲା କିନ୍ତୁ ଗତବର୍ଷ ଦେଶରେ ୧୭ ଲକ୍ଷରୁ ଅଧିକ ଇଭି ବିକ୍ରି ହୋଇଛି । ସମ୍ପୂର୍ଣ୍ଣ ଦେଶରେ ଇଲେକ୍ଟ୍ରିକ୍ ଯାନ ପାଇଁ ଚାର୍ଜିଂ ଷ୍ଟେସନ୍ ଓ ଆବଶ୍ୟକ ଭିତିଭୂମି ର ନିର୍ମାଣ କରାଯାଉଛି । ଭାଜପା ସରକାର ଇଲେକ୍ଟ୍ରିକ ଯାନ ପାଇଁ ପିଏମ୍ ସୂର୍ଯ୍ୟ ମାଧ୍ୟମରେ ଘରେ ନିଃଶୁଳ୍କ ଚାର୍ଜିଂ ର ଆରମ୍ଭ କରି ନିଃଶୁଳ୍କ ଯାତ୍ରା ଦିଗରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି । ଇଲେକ୍ଟ୍ରିକ୍ ର ବଢୁଥିବା କ୍ଷେତ୍ର କାରଣରୁ ଦେଶରେ ରୋଜଗାରର ଅନେକ ନୂଆ ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି । ଭାଜପାର ସଂକଳ୍ପ ଭାରତକୁ ସାରା ଦୁନିଆର ବଢୁଥିବା କ୍ଷେତ୍ରର ଗ୍ଲୋବାଲ ହବ୍ କରିବା । ସେହି ସମୟ ବେଶୀ ଦୂର ନୁହେଁ ଯେବେ ଭାରତ ଦୁନିଆର ଗ୍ରୀନ୍ ଏନର୍ଜି, ଇଲେକ୍ଟ୍ରୋନିକ , ଫାର୍ମା, ଅଟୋମୋବାଇଲ,ରୋମି କଣ୍ଡକ୍ଟର, ଇନୋଭେସନ୍ , ଲିଗାଲ ଇନ୍ସୁରାନ୍ସ ଓ କ ଂଟ୍ରାକ୍ଟିଙ୍ଗ୍ ଆଣ୍ଡ କମର୍ସିଆଲ ଭଳି କ୍ଷେତ୍ରର ଗ୍ଲୋବାଲ ହବ୍ ହୋଇପାରିବ । ସେହି ଦିନ ବି ଦୂର ନାହିଁ ଯେବେ ଦୁନିଆର ବଡ ବଡ ଇକୋନୋମିକ କେନ୍ଦ୍ର ଭାରତରେ ହେବ ଏବଂ ଦେଶ ଗ୍ଲୋବାଲ କୈପବିଲିଟି ସେ ଂଟର , ଗ୍ଲୋବାଲ ଟେକ୍ନୋଲୋଜି ସେ ଂଟର ଓ ଗ୍ଲୋବାଲ ଇଂଜିନିରୟିଂ ସେ ଂଟରର ବହୁତ ବଡ ହବ୍ ହେବ । ଭାରତ ସ୍ପେସ୍ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଦୁନିଆକୁ ବହୁତ ବଡ ଶକ୍ତି ହୋଇ ବାହାରିବ ଏବଂ ଏହି କ୍ଷେତ୍ର କଳ୍ପନା ଠାରୁ ଅଧିକ ସୁଯୋଗ ପ୍ରଦାନ କରିବ ।
ଶ୍ରୀ ମୋଦୀ କହିଛନ୍ତି ଯେ ଆଜି ବିଶ୍ୱରେ ଅନିଶ୍ଚିତତାର ବାଦଲ ଛାଇ ହୋଇ ରହିଛି ଓ ଯୁଦ୍ଧର ସ୍ଥିତି ମଧ୍ୟରେ ଚାପଗ୍ରସ୍ତ ମାହୋଲ ରହିଛି । ଚାପଗ୍ରସ୍ତ କ୍ଷେତ୍ରରେ ଥିବା ଭାରତୀୟଙ୍କ ସୁରକ୍ଷା ଭାଜପା ପାଇଁ ପ୍ରାଥମିକତା ଅଟେ । ଯେତେବେଳେ ସାରା ଦୁନିଆରେ ଏଭଳି ଚାପଗ୍ରସ୍ତ ମାହୋଲ ରହିଛି ସେତେବେଳେ ଭାରତରେ ଏକ ପୂର୍ଣ୍ଣ ବହୁମତପ୍ରାପ୍ତ ସ୍ଥିର ସରକାରର ଆବଶ୍ୟକତା ଅନେକ ଗୁଣା ବଢିଯାଏ । ଏକ ଏଭଳି ସରକାର ଯିଏ ଦେଶର ଅର୍ଥ ବ୍ୟବସ୍ଥାକୁ ଦୃଢତା ପ୍ରଦାନ କରିବ, ବିକାଶ ଆଡକୁ ଆଗେଇ ନେବ , ଯେଉଁଥିପାଇଁ ଭାଜପା ସଂକଳ୍ପବଦ୍ଧ ଅଟେ । ଭାଜପାର ଏହି ସଂକଳ୍ପ ପତ୍ର ଏଭଳି ସରକାରର ହିଁ ଗ୍ୟାରେ ଂଟି ଦିଏ । ଭାରତ ମାନବତାର କଲ୍ୟାଣ ପାଇଁ ବିଶ୍ୱବିନ୍ଧୁ ଭାବେ ନିରନ୍ତର ପ୍ରୟାସ ଜାରି ରଖିବ । ଭାରତୀୟ ଜନତା ପାର୍ଟି ଦେଶ ହିତ ପାଇଁ ବଡ ଓ କଡା ନିର୍ଣ୍ଣୟ ନେବାରେ ପଛଘୁଂଚା ଦିଏନାହିଁ, ଭାଜପା ପାଇଁ ଦେଶ ଦଳଠାରୁ ବଡ ଅଟେ । ଭାଜପା ନାରୀ ଶକ୍ତି ଅଧିନିୟମକୁ ଆଇନ୍ କଲା, ଧାରା ୩୭୦କୁ ହଟାଇଲା ଏବଂ ସିଏଏକୁ ଦେଶରେ ଲାଗୁ କଲା । ରିଫର୍ମ, ପଫର୍ମ ଓ ଟ୍ରାନ୍ସଫର୍ମ ମନ୍ତ୍ର ଉପରେ ଚାଲି ଭାରତ ଆହୁରି ଦୃତ ଗତିରେ ଆଗକୁ ବଢିବ । ଗୁଡ ଗଭର୍ଣ୍ଣାନ୍ସ, ଡିଜିଟାଲ ଗଭର୍ଣ୍ଣାନ୍ସ ଓ ଡାଟା ଗଭର୍ଣ୍ଣାନ୍ସ ପାଇଁ ଦେଶରେ ଆବଶ୍ୟକ ଇକୋସିଷ୍ଟମ୍ ତିଆରି କରାଯିବ । ଭାଜପା ଏକ ଦେଶ, ଏକ ନିର୍ବାଚନ ର ସ୍ୱପ୍ନ ନେଇ ଆଗକୁ ବଢୁଛି ଓ ଦେଶ ହିତ ପାଇଁ ୟୁସିସିକୁ ମଧ୍ୟ ଆବଶ୍ୟକ ବୋଲି ମାନୁଛି । ଭ୍ରଷ୍ଟାଚାର ଗରୀବ ଓ ମଧ୍ୟମ ପରିବାରର ଅଧିକାରକୁ ହରଣ କରେ , ଭାଜପା ସରକାର ଗତ ୧୦ ବର୍ଷରେ ଭ୍ରଷ୍ଟାଚାର ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି । ରାଷ୍ଟ୍ରୀୟ ସ୍ତରରେ ହେଉଥିବା ହଜାରେ କୋଟି ଟଙ୍କାର ଦୁର୍ନୀତି ଏବେ ବନ୍ଦ ହୋଇଯାଇଛି । ଗରୀବଙ୍କୁ ତାର ହକ୍ ମିଳୁଛି ଓ ଗରୀବକୁ ଲୁଟୁଥିବା ଲୁଟେରା ଜେଲ ଯାଉଛନ୍ତି । ଭ୍ରଷ୍ଟାଚାରୀମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ମୋଦୀର ଗ୍ୟାରେ ଂଟି ଅଟେ ।
ପ୍ରଧାନମନ୍ତ୍ରୀଜୀ କହିଛନ୍ତି ଯେ ମୁଁ ଲାଲ୍ କିଲ୍ଲାର ପ୍ରାଚୀରକୁ କହିଥିଲି ଯେ ଏହି ସମୟ ହିଁ ଠିକ୍ ସମୟ । ଆଗାମୀ ୧ ହଜାର ବର୍ଷ ପାଇଁ ଭାରତର ଭବିଷ୍ୟତ ନିର୍ଣ୍ଣୟ କରିବା ପାଇଁ ଏହି ସମୟ ଉତ୍ତମ ସମୟ । ଭାଜପାର ସଂକଳ୍ପପତ୍ର ଉପରେ ୪ ଜୁନ୍ ପରେ ଦ୍ରୁତ ଗତିରେ କାମ ଆରମ୍ଭ ହେବ । ଭାଜପା ସରକାର ପ୍ରଥମରୁ ହିଁ ପ୍ରାରମ୍ଭିକ ୧୦୦ ଦିନ ର ଆକ୍ସନ୍ ପ୍ଲାନ୍ ଉପରେ କାମ କରିବା ଆରମ୍ଭ କରିଦେଇଛି । ଦେଶର ୧୪୦ କୋଟି ଦେଶବାସୀଙ୍କ ଆମ୍ବିସନ୍ ମୋଦୀର ମିଶନ ଅଟେ । ଦେଶ ଚନ୍ଦ୍ରୟାନର ସଫଳତା ଦେଖିଛି ଏବେ ଗଗନୟାନ ର ଗୌରବ ମଧ୍ୟ ଅନୁଭବ କରିବ । ଏବେ ଦେଶ ଜି୨୦ରେ ଭାରତର ସ୍ୱାଗତ ଦେଖିଛି ଏବଂ ଏବେ ଅଲମ୍ପିକ୍ ର ଆୟୋଜନରେ ମଧ୍ୟ ପୁରା ଶକ୍ତି ଲଗାଇବା । ନୂଆ ଭାରତ ଗତିରେ ଅଛି ଏବଂ ଏବେ ଏହାକୁ ରୋକିବା ଅସମ୍ଭବ । ମୁଁ ଏହି ସଂକଳ୍ପପତ୍ରକୁ ମୋଦୀର ଗ୍ୟାରେ ଂଟି ରୂପରେ ୧୪୦ କୋଟି ଦେଶବାସୀଙ୍କ ସମ୍ମୁଖରେ ରଖୁଛି । ୧୪୦ କୋଟି ଦେଶବାସୀଙ୍କ ସ୍ୱପ୍ନକୁ ସତ କରିବା ପାଇଁ ଭାଜପା ଏହି ସଂକଳ୍ପ ପତ୍ର ନେଇ ଆସିଛି । ମା’ ଭାରତୀ ର କୋଟି କୋଟି ଜନତାଙ୍କ କଲ୍ୟାଣ ପାଇଁ ଓ ବିକଶିତ ଭାରତର ସଂକଳ୍ପ ପାଇଁ ଜନତା ଭାଜପାର ଶକ୍ତି ବଢାନ୍ତୁ ଓ ଆଶୀର୍ବାଦ ଦିଅନ୍ତୁ ।