
ଭୁବନେଶ୍ୱର, ଚେତି ଛଟ୍ ପର୍ବର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଲୋକ ଆସ୍ଥାର ମହାପର୍ବ ଚେତି ଛଟ୍ ପର୍ବ ଅବସରରେ ସମସ୍ତ ଛଟ୍ ବ୍ରତଧାରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଛଟି ମାଆ ସମସ୍ତ ଭକ୍ତଙ୍କ ତପ ଓ ବ୍ରତକୁ ସଫଳ କରନ୍ତୁ, ଏହାହିଁ କାମନା କରୁଛି ।