ଭୁବନେଶ୍ୱର– ୨ ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେବା ସାମ୍ବିଧାନିକ ନିଷ୍ପତି ବୋଲି କହିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ସେ କହିଛନ୍ତି ବିଜେଡି ଟିକେଟରେ ୨ ଜଣ ନିର୍ବାଚିତ ହୋଇ ଆସିଥିଲେ । ଦଳ ବଦଳ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କୋଡ୍ ଅଫ କଣ୍ଡକ୍ଟ ଲାଗୁଥିଲେ ବି ବିଧାନସଭା କାର୍ଯ୍ୟକାଳ ଚାଲୁ ରହିଛି । ନିୟମ ଅନୁସାରେ ଦଳ ବଦଳ ଆଇନ ଲାଗୁ ହୋଇପାରିବ । ସମ୍ବିଧାନ ଅନୁସାରେ ବାଚସ୍ପତି ନିଷ୍ପତି ନେଇଛନ୍ତି ।