
ପୁଲୱାମା, ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାର ଫ୍ରୈସିପୋରା ଅଂଚଳରେ ଗୁରୁବାର ସକାଳେ ସୁରକ୍ଷାବଳର ଏନକାଉଂଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି ।
ପୋଲିସ ମୁତାବକ ଅଂଚଳରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ସଂପର୍କରେ ସୂଚନା ମିଳିଥିଲା । ଏହାର ଆଧାରରେ ସେନା ଓ ପୋଲିସର ମିଳିତ ଟିଭ୍ ସନ୍ଦିଗ୍ଧ ସ୍ଥାନରେ ତଲାସୀ ଅଭିଯାନକୁ ଜୋରଦାର କରିଥିଲେ । ଲୁଚି ରହିଥିବା ଆତଙ୍କବାଦୀମାନେ ତଲାସୀ ଟିମ୍ ଉପରକୁ ଗୁଳି ଚଳାଇଥିଲେ । ଏହି ସମୟରେ ହୋଇଥିବା ଏନକାଉଂଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି ।