
ସୂଚନାରୁ ପ୍ରକାଶ ଯେ, ଚଳିତ ରବି ଚାଷ ପାଇଁ ଇନ୍ଦ୍ରାବତୀ ଜଳସେଚନ ବିଭାଗ ପକ୍ଷରୁ ୫୨,୬୧୩.୦୮୬ ହେକ୍ଟର ଜମିରେ ଜଳସେଚନର ଲକ୍ଷ୍ୟ ରଖାଯାଇ ଥିବାବେଳେ ଜୟପାଟଣା ବ୍ଳକର ୫୬ ଖଣ୍ଡ ଗ୍ରାମରେ ୧୨,୭୯୨.୪୬୪, କଲମପୁର ୪୮ ଗ୍ରାମରେ ୯,୪୬୦.୦୭, କୋକସରାର ୧୨ ଗ୍ରାମରେ ୨୦୧୨.୨୯୬, ଜୁନାଗଡ଼ ୧୩୬ ଗ୍ରାମରେ ୨୦,୨୮୦.୮୨୬ ହେକ୍ଟର ଓ ଧର୍ମଗଡ଼ ବ୍ଳକର ୬୨ ଖଣ୍ଡ ଗ୍ରାମରେ ୮୦୬୭.୪୨୬ ହେକ୍ଟର ଜମିରେ ଜଳ ସେଚନର ଲକ୍ଷ୍ୟ ରଖାଯାଇଛି । ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳ ସ୍ତର ଆଜିବି ସର୍ବୋଚ୍ଚ ସୀମାରେ ୬୪୦.୧ ରେ ରହିଥିବା ବେଳେ ଚଳିତ ବର୍ଷ ଜଳସେଚନ ଓ ବିଜୁଳି ଉତ୍ପାଦନ ଠିକ୍ ଠାକ୍ ରହିବ ବୋଲି ଆଶା କରାଯାଉଛି ।