ଧାର– ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଇନ୍ଦୋର ଖଣ୍ଡପୀଠଙ୍କ ନିର୍ଦ୍ଦେଶ କ୍ରମେ ଧାରର ଐତିହାସିକ ଭୋଜଶାଳାରେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ବିଭାଗର ସର୍ଭେ ମଙ୍ଗଳବାର 19ତମ ଦିନରେ ବି ଜାରି ରହିଛି । ଭୋପାଳ ଓ ଦିଲ୍ଲୀର ଅଧିକାରୀଙ୍କ ସର୍ଭେ ଟିମ୍ ସକାଳ 8ଟା ବେଳେ ଭୋଜଶାଳା ପରିସରରେ ପ୍ରବେଶ କରିଥିଲେ । ମଙ୍ଗଳବାର କାରଣରୁ ଆଜି ହିନ୍ଦୁପକ୍ଷ ଭୋଜଶାଳାରେ ହନୁମାନ ଚାଳିଶା ପାଠ କରିଥିଲେ । ଆଜି ଦିନସାରା ଭୋଜଶାଳା ପରିସରର ପଛଭାଗର ସର୍ଭେ କରାଯାଉଛି । ଏଏସଆଇର 18ଜଣିଆ ଟିମ୍ ସହିତ ମଙ୍ଗଳବାର 34 ଶ୍ରମିକ ମଧ୍ୟ ଭୋଜଶାଳାରେ ପ୍ରବେଶ କରିଥିଲେ ଏବଂ ସର୍ଭେ କାମ ଆରମ୍ଭ କରିଥିଲେ ।
Related Stories
December 9, 2024